ଆସନ୍ତା ୨୦୨୧ ଦ୍ୱିତୀୟ ଭାବରେ ଭାରତରେ ମିଳିବ ୫ଜି ମୋବାଇଲ ସେବା । ଜିଓ ଏହି ୫ଜି ସେବା ଯୋଗାଇବ ବୋଲି ସୂଚନା ଦେଇଛନ୍ତି ରିଲିଆନ୍ସ ଇଣ୍ଡଷ୍ଟ୍ରିର ଅଧକ୍ଷ୍ୟ ମୁକେଶ ଅମ୍ବାନୀ । ଇଣ୍ଡିଆ ମୋବାଇଲ କଂଗ୍ରେସରେ ସେ ଏହି ସୂଚନା ଦେଇଛନ୍ତି । ମୁକେଶ କହିଛନ୍ତି, ଭାରତ ସରକାରଙ୍କ ଆତ୍ମନିର୍ଭର ଅଭିଯାନର ଏହା ଏକ ଅଂଶ ହେବ । ସ୍ୱଦେଶୀ ଗ୍ୟାନ କୌଶଳରେ ନିର୍ମିତ ଟେକ୍ନୋଲୋଜିରେ ଏହି ସେବା ଦେଶରେ ସର୍ବପ୍ରଥମେ ଜିଓ ଉପଲବ୍ଧ କରାଇବ ବୋଲି ଅମ୍ବାନୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହାଛଡା ଗୁଗୁଲ ସହ ମିଶି ଜିଓ ଏକ ସୁଲଭ ମୁଲ୍ୟରେ ଲୋକଙ୍କୁ ଉପଲବ୍ଧ ହେବାଭଳି ଆଣ୍ଡ୍ରଏଡ ଫୋନ୍ ବିକଶିତ ହୋଇଛି । ଏହି ଫୋନ ଆସନ୍ତା ମାସରୁ ଉପଲବ୍ଧ ହୋଇପାରେ ବୋଲି ଅମ୍ବାନି କହିଛନ୍ତି । ଏହାର ମୂଲ୍ୟ ୪ ହଜାର ଟଙ୍କା ରହିବ ।

LEAVE A REPLY

Please enter your comment!
Please enter your name here