ଜମ୍ମ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରାଦେଶକୁ ଦୋହାଲାଇଦେଇଛି । ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ କିଏ ହରାଇଛି ସ୍ୱାମୀକୁ ତ କିଏ ନିଜ ଆଖିଆଗରେ ବାପାକୁ ଛଟପଟ ହୋଇ ମରିବାର ଦେଖିଛି । ଏହାରିଭିତରେ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତି ମୁହଁ ଖୋଲିଛନ୍ତି । ସେ କହିଛନ୍ତି ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ପ୍ରଥମ ଥର ପାଇଁ ହୋଇଛି । ଯେଉଁ ନୀରିହ ଲୋକମାନେ ତାଙ୍କ ପିଲା ଛୁଆଙ୍କୁ ଧରି ଟଙ୍କା ସଞ୍ଚୟ କରି ବୁଲିବାକୁ ଆସିଥିଲେ ସେମାନଙ୍କୁ ବଞ୍ଚାଇବାକୁ ଏଠି କେହି ନଥିଲେ । ଆମ କାଶ୍ମୀରକୁ ସ୍ୱର୍ଗ କୁହାଯାଏ ହେଲେ ଏସବୁ କଣ ହୋଇଗଲା । ଆମ କାଶ୍ମୀର ଉପରେ ଯେମିତି କଳଙ୍କ ଲାଗିଗଲା ।