ଜଣେ ବ୍ୟକ୍ତି ସର୍ବାଧିକ କେତେଜଣଙ୍କୁ ବାହା ହୋଇପାରିବେ । ଜଣେ, କି ଦୁଇଜଣ । ନଚେତ ଆମେ ପୁରୁଣା ଗପରେ ଅନେଶୋତ ରାଣୀଙ୍କ କଥା ଶୁଣିଛେ । ରାଜା ମହାରାଜମାନେ ଯେତେଜଣଙ୍କୁ ଚାହୁଁଥିଲେ, ବାହା ହୋଇଯାଉଥିଲେ । ମାତ୍ର ବର୍ତ୍ତମାନ ଯୁଗରେ ଜଣେ ପୁରୁଷଙ୍କ ବାହାଘର ନିଶା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେ ତାଙ୍କ 28 ପତ୍ନୀଙ୍କ ଉପସ୍ଥିତିରେ 37 ତମ ପତ୍ନୀଙ୍କୁ ବିବାହ କରିଛନ୍ତି । ତାଙ୍କର 128 ଜଣ ପୁଅଝିଅ ଥିବା ବେଳେ 135 ଜଣ ନାତିନାତୁଣୀ ରହିଛନ୍ତି । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ସବୁଠୁ ବଡ ରଥା ହେଉଛି, ବୃଦ୍ଧ ବ୍ୟକ୍ତିଙ୍କ ବାହାଘରେ ପରିବାରର ସବୁ ସଦସ୍ୟ ଖୁସି ମନାଉଛନ୍ତି ।

LEAVE A REPLY

Please enter your comment!
Please enter your name here