ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗ । ଆଜି ଅପରାହ୍ଣରେ ଚେନ୍ନାଇରେ ପହଁଚିବେ ଜିନପିଙ୍ଗ । ପ୍ରଥମେ ଚେନ୍ନାଇର ମାମଲ୍ଲାପୁରମ ଅଭିମୁଖେ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନା କରିବେ । ଦୁଇ ଦେଶ ମଧ୍ୟରେ ସାମରିକ, ରାଜନୈତିକ, ଅର୍ଥନୈତିକ ଓ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ତେବେ ଗସ୍ତ ପୂର୍ବରୁ କାଶ୍ମୀର ପ୍ରସଙ୍ଗରେ ଚୀନ ସ୍ୱର ପରିବର୍ତ୍ତନ କରିଛି । କାଶ୍ମୀର ହେଉଛି ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ପ୍ରସଙ୍ଗ ।ତେଣୁ ଏଥିରେ ଚୀନ ହସ୍ତକ୍ଷେପ କରିବ ନାହିଁ ବୋଲି କୁହାଯାଇଛି । କାଶ୍ମୀର ସମସ୍ୟାର ସମାଧାନ ପାଇଁ ଭାରତ ଓ ପାକିସ୍ତାନ ଦ୍ୱିପାକ୍ଷିକ ଆଲୋଚନା ଜରିଆରେ ସମାଧାନ କରିବା ପାଇଁ ଚୀନ ପରାମର୍ଶ ଦେଇଛି । ପୂର୍ବରୁ ଗତମାସ ଏପ୍ରିଲ ମାସରେ ଦୁଇ ଦେଶର ରାଷ୍ଟ୍ର ମୁଖ୍ୟ ମାନେ ଆଲୋଚନା କରିଥିଲେ | ୨୪ ଘଂଟା ରହଣୀ ମଧ୍ୟରେ ଜିନପିଙ୍ଗ ୭ ଘଂଟା ସମୟ ମୋଦିଙ୍କ ସହ ଅତିବାହିତ କରିବେ । ଅତିରିକ୍ତ ସାଜସଜ୍ଜା ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ବ୍ୟାପକ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି | ପାଖାପାଖି ୫ହଜାରରୁ ଅଧିକ ସୁରକ୍ଷାକର୍ମୀ ସୁରକ୍ଷା ଦାୟିତ୍ୱରେ ସହରର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି |

LEAVE A REPLY

Please enter your comment!
Please enter your name here