ମୃତ୍ୟୁ ! ମୃତ୍ୟୁ ଯେ ସମସ୍ତଙ୍କର ଦିନେ ନା ଦିନେ ଆସିବ ତାହା ସମସ୍ତଙ୍କୁ ଜଣା ଅଛି | ତେବେ ମୃତ୍ୟୁ ଯେ ଏପରି ଘଟିବ, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେବେ | ଏପରି ଏକ ଅଘଟଣ ଘଟିଛି ଉତ୍ତର ପ୍ରଦେଶର ବୁଲନ୍ଦ ସହର | ଏକା ସଙ୍ଗେ ଚାଲିଯାଇଛି ଗୋଟିଏ ପରିବାର ୭ ଜଣଙ୍କ ଜୀବନ | ରାସ୍ତା କଡ଼ରେ ଶୋଇଥିବା ବେଳେ ୭ ଜଣଙ୍କ ଉପରେ ମାଡି ଯାଇଛି ଦ୍ରୁତ ଗତିରେ ଆସୁଥିବା ବସ | ଉତ୍ତର ପ୍ରଦେଶର ବୁଲନ୍ଦ ସହର ଜିଲ୍ଲାର ଗଙ୍ଗାଘାଟରେ ଆଜି ସକାଳେ ଘଟିଛି ଏହି ଅଭାବନୀୟ ଘଟଣା | ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବାବେଳେ ୩ ଜଣ ଛୋଟ ଛୁଆ ଅଛନ୍ତି | ଏମାନେ ସମସ୍ତେ ଉତ୍ତର ପ୍ରଦେଶର ହଥରାସର ବାସିନ୍ଦା । ଗଙ୍ଗା ନଦୀରେ ବୁଡ଼ ପକାଇବା ପାଇଁ ନରଉର ଘାଟକୁ ଆସିଥିଲେ | ଘରକୁ ଫେରିବା ପୂର୍ବରୁ ଗଙ୍ଗାଘାଟରେ ରାସ୍ତା କଡ଼ରେ ଏମାନେ ବିଶ୍ରାମ ନେବାକୁ ଯାଇ ଶୋଇ ପଡ଼ିଥିଲେ | ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ମୃତକମାନଙ୍କ ଶବକୁ ପୁଲିସ୍ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି |

LEAVE A REPLY

Please enter your comment!
Please enter your name here