ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ର ରାଜପାକ୍ଷେ ନିଜ ପଦବିରୁ ଇସ୍ତଫା ଦେଇଛନ୍ତି । ଶ୍ରୀଲଙ୍କାର ରାଷ୍ଟ୍ରପତି ଏମ ସିରିସେନାଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିଲେ ମହିନ୍ଦ୍ର । ରାଜନୈତିକ ବିବାଦ ସାଙ୍ଗକୁ ଶ୍ରୀଲଙ୍କାର ସୁପ୍ରିମ କୋର୍ଟ ଶ୍ରୀ ରାଜପାକ୍ଷେଙ୍କ ନିଯୁକ୍ତି ନେଇ ପ୍ରତିକୂଳ ମନ୍ତବ୍ୟ ଦେବା ପରେ ସେ ତାଙ୍କ ପଦବିରୁ ଇସ୍ତଫା ଦେଇଥିବା ସୁଚନା ମିଳିଛି । ଶ୍ରୀ ରାଜପାକ୍ଷେ ତାଙ୍କ ଦଳ ୟୁନାଇଟେଡ୍‌ ପିପୁଲ୍ସ ଫ୍ରିଡମ ଆଲାଏନ୍ସ

( ୟୁପିଏଫଏ)ର ସାଂସଦମାନଙ୍କୁ ସେ ଇସ୍ତଫା ଦେଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ବୋଲି ସାଂସଦ ଶେହାନ ସେମାସିଂହେ କହିଛନ୍ତି।
ସୂଚନାଯୋଗ୍ୟ ଯେ ଗତକାଲି ଶ୍ରୀଲଙ୍କାର ସୁପ୍ରିମ କୋର୍ଟ ଗତ ଅକ୍ଟୋବର ମାସ ୨୬ ତାରିଖରୁ ଏକ ବାବାଦୀୟ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିବା ମହିନ୍ଦ୍ର ରାଜପାକ୍ଷେ ପ୍ରଧାନମନ୍ତ୍ରୀଙ୍କ କ୍ଷମତା ବିନିଯୋଗ କରି ପାରିବେ ନାହିଁ ବେଲି ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here