କିଏ ମାରିବ ଆଜିର ବାଜି । ମୁହାଁମୁହିଁ ହୋଇଛନ୍ତି ଭାରତ-ବାଂଲାଦେଶ । ସେମିଫାଇନାଲରେ ପହଁଞ୍ଚିବାକୁ ହେଲେ ଟିମ୍ ଇଣ୍ଡିଆକୁୂ ବାଂଲାଦେଶକୁ ହରାଇବାକୁ ପଡିବ । ଏଡିଲେଡରେ ହେଉଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ଅକ୍ଷର ପଟେଲ ପୁଣି ଟିମ୍ କୁ ଫେରିଛନ୍ତି । ଆଜିର ମ୍ୟାଚରେ ଦିନେଶ କାର୍ତ୍ତିକ ବି ଖେଳୁଛନ୍ତି । ୧୧ ଜଣ ଖେଳାଳୀଙ୍କ ଭିତରେ ଆଜି ରିଷଭ ପନ୍ଥ ନାହାଁନ୍ତି । ଏହି ମ୍ୟାଚରେ ବିଜୟୀ ହୋଇ ଉଭୟ ଟିମ ସେମିଫାଇନାଲ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛନ୍ତି । ଉଭୟ ଟିମ୍ ୩ଟି ଲେଖାଏଁ ମ୍ୟାଚ୍ ଖେଳିଥିବା ବେଳେ ୨ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି । ତେବେ ଉନ୍ନତ ରନରେଟ ପାଇଁ ପଏଣ୍ଟ ଟେବୁଲରେ ବାଂଲାଦେଶ ଠାରୁ ଉପରେ ରହିଛି ଟିମ୍ ଇଣ୍ଡିଆ ।

LEAVE A REPLY

Please enter your comment!
Please enter your name here