ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନଭଜ୍ୟୋତ ସିଂ ସିଦ୍ଧୁ । ସେ ତାଙ୍କ ଇସ୍ତଫା ପତ୍ର ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି । ଇସ୍ତଫା ପରେ ସିଦ୍ଧୁ କହିଛନ୍ତି, ପଞ୍ଜାବ ଭବିଷ୍ୟତ ସହ ସେ ସାଲିସ କରିପାରିବେ ନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ସହ ବିବାଦ ବଢିବା ପରେ ସିଦ୍ଧୁଙ୍କୁ ସନ୍ତୁଷ୍ଟ କରିବା ଦୁଇମାସ ତଳେ ପିସିସି ସଭାପତି ପଦରେ ନିଯୁକ୍ତ କରାଯାଇଥିଲା । ମାତ୍ର ପଞ୍ଜାବ କଂଗ୍ରେସରେ ଅନ୍ତଃକନ୍ଦଳ ଏମିତି ବଢିବାକୁ ଲାଗିଲା ଯେ, ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ସିଂଙ୍କୁ ଇସ୍ତଫା ଦେବାକୁ ପଡିଥିଲା ।

ପିସିସି ସଭାପତି ପଦରୁ ସିଦ୍ଧୁ ଇସ୍ତଫା ଦେଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଆଜି ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି । ଚର୍ଚ୍ଚା ହେଉଛି, ସେ ସଂଧ୍ୟାରେ ବିଜେପି ସଭାପତି ଜେ.ପି. ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ ।

LEAVE A REPLY

Please enter your comment!
Please enter your name here