ଏଲପିଜି ସିଲିଣ୍ଡର ଦର ହ୍ରାସ ହୋଇଛି । ଅଣ ରିହାତି ସିଲିଣ୍ଡର ପିଛା ୧୦୦ ଟଙ୍କା ହ୍ରାସ ପାଇଥିବା ଇଣ୍ଡିଆନ୍ ଅଏଲ କର୍ପୋରେସନ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ୭୩୭ ଟଙ୍କା ୫୦ ପଇସାରେ ମିଳୁଥିବା ସିଲିଣ୍ଡର ଏଣିକି ୬୩୭ ଟଙ୍କାରେ ମିଳିବ । ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି । ସବସିଡିରେ ମିଳୁଥିବା ଗ୍ୟାସ ସିଲିଣ୍ଡର ୪୯୪ ଟଙ୍କା ୩୫ ପଇସାରେ ମିଳିବ ବୋଲି ସୁଚନା ମିଳିଛି । ବର୍ଷକୁ ପରିବାର ପିଛା ୧୨ ଟି ସିଲିଣ୍ଡର ରିହାତି ଦରରେ ଦେଉଛନ୍ତି ସରକାର । ଅନ୍ତରାଷ୍ଟ୍ରୀୟ ବଜାରରେ ଦର ହ୍ରାସ ପାଇବା ଏବଂ ଡଲାର-ଟଙ୍କା ବିନିମୟ ମୂଲ୍ୟରେ ସ୍ଥିରତା କାରଣରୁ ବିନା ସବ୍‌ସିଡିର ଏଲ୍‌ପିଜି ଦର ହ୍ରାସ ପାଇଛି ।

LEAVE A REPLY

Please enter your comment!
Please enter your name here