ସିବିଆଇ ନିର୍ଦ୍ଦେଶକ ପଦରୁ ଆଲୋକ ବର୍ମାଙ୍କ ଇସ୍ତଫା ପରେ ସେ ବର୍ତ୍ତମାନ ଏକ ଅଭିଯୋଗ ଆଣିଛନ୍ତି. ସେ କହିଛନ୍ତି ମୋ ପାଇଁ ନ୍ୟାୟ ବୋଲି କିଛି ନାହିଁ. ସିବିଆଇ ନିର୍ଦ୍ଦେଶକ ପଦରୁ ମୋତେ ହଟାଇବା ପାଇଁ ସମସ୍ତ ପ୍ରକ୍ରିୟାକୁ ଓଲଟାଇ ଦିଆଯାଇଛି ଏବଂ ପ୍ରକୃତ ବିଚାରକୁ ଏଥିରୁ ବାଦ୍ ଦିଆଯାଇଛି. ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ବର୍ମାଙ୍କୁ ଡିଜି ଓ ଅଗ୍ନିଶମ ମହାନିର୍ଦ୍ଦେଶକ ରୂପେ ସ୍ଥାନ ଦେଇଥିଲେ. ମାତ୍ର ସେ ତାକୁ ମନା କରିଦେଇଥିଲେ. ସର୍ବଦା ସରକାରଙ୍କ ସେବା କରୁଥିବା ବର୍ମା ନିଜ ଇସ୍ତଫା ପତ୍ରରେ କହିଛନ୍ତି. ଏହାଛଡା ସେ ସିବିଆଇ ନିର୍ଦ୍ଦେଶକ ପଦର ଭୂମିକା ଠିକ୍ ଭାବରେ ତୁଲାଇଥିବା ମଧ୍ୟ କହିଛନ୍ତି. ଚୟନ ସମିତି ଠିକ୍ ଭାବରେ ତଦନ୍ତ କରି ନଥିବା ସେ ଅଭିଯୋଗ କରିଛନ୍ତି. ଅଭିଯୋଗକାରୀଙ୍କ  ଲିଖିତ ଅଭିଯୋଗକୁ ସିଭିସି ଅବିକଳ ଚୟନ କମିଟିକୁ ପଠାଇଦେଇଛନ୍ତି. ଅଭିଯୋଗର ତଦନ୍ତ ପ୍ରକ୍ରିୟାକୁ ତଦାରଖ କରୁଥିବା ନ୍ୟାୟମୂର୍ତ୍ତି ଏ.କେ. ପଟ୍ଟନାୟକଙ୍କ ଆଗରେ ମଧ୍ୟ ସେହି ଅଭିଯୋଗକାରୀ କେବେ ହେଲେ ବି ହାଜର ହୋଇନଥିବା ବର୍ମା କହିଛନ୍ତି. ପରେ ସେ କହିଛନ୍ତି 31 ଜୁଲାଇ 2017ରେ ସେ ଚାକିରୀରୁ ସେବାନିବୃତ୍ତ ହେବା କଥା. ମାତ୍ର ସିବିଆଇ ନିର୍ଦ୍ଦେଶକ ପଦବି ପାଇଁ 2 ବର୍ଷିଆ କାର୍ଯ୍ୟକାଳ ନିର୍ଦ୍ଧାରିତ ହୋଇଥିବାରୁ ସେ 31 ଜାନୁଆରି 2019 ଯାଏ ରହିବାର ଥିଲା. ଯେହେତୁ ସେ ଆଉ ସିବିଆଇ ନିର୍ଦ୍ଦେଶକ ପଦରେ ନାହାନ୍ତି, ସେଥିପାଇଁ ଯଥାସମ୍ଭବ ତାଙ୍କର ଅବସର ବ୍ୟବସ୍ଥା କରାଯାଉ ବୋଲି ସେ କହିଛନ୍ତି.

LEAVE A REPLY

Please enter your comment!
Please enter your name here