ଭାରତୀୟ ବାୟୁସେନାର ବିମାନ ଏଏନ-୩୨ରେ ଥିବା ସମସ୍ତ କର୍ମଚାରୀଙ୍କୁ ମୃତ ଘୋଷଣା କରାଯାଇଛି । ବିମାନରେ ଥିବା ସମସ୍ତ ୧୩ ଜଣ ପାଇଲଟ୍‌ ଓ କ୍ରୁ ମେମ୍ବରଙ୍କୁ ଗୁରୁବାର ମୃତ ଘୋଷଣା କରିଛି ଭାରତୀୟ ବାୟୁସେନା । ମୃତକଙ୍କ ମଧ୍ୟରେ ଓଡ଼ିଶାର ସୁନୀତ ମହାନ୍ତି ମଧ୍ୟ ରହିଛନ୍ତି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଅଞ୍ଚଳର ବାୟୁସେନାର ପୂର୍ବତନ କର୍ମଚାରୀ ସୁରେନ୍ଦ୍ର ନାଥ ମହାନ୍ତିଙ୍କ ପୁଅ ହେଉଛନ୍ତି ସୁନୀତ । ଫ୍ଲାଇଟ୍ ଲେଫ୍ଟନାଂଟ୍ ସୁନିତ ମହାନ୍ତିଙ୍କ ସହ ବିମାନରେ ଥିଲେ, ୱିଙ୍ଗ କମାଣ୍ଡର- ଜିଏମ୍ ଚାର୍ଲ୍ସ, ସ୍କ୍ୱାଡେନ୍ ଲିଡର- ଏଚ୍. ବିନୋଦ, ଫ୍ଲାଇଟ୍ ଲେଫ୍ଟନାଂଟ୍- ମୋହିତ ଗର୍ଗ, ଆଶିଷ ତନୱାର, ରାଜେଶ ଥାପା, ଅନୁପ କୁମାର, ସେରିନ, ଏସ୍‌ କେ ସିଂହ, ପଙ୍କଜ, ପୁତାଲୀ, କେକେ ମିଶ୍ର ଓ ରାଜେଶ କୁମାର । ଆଠ ଜଣିଆ ଉଦ୍ଧାରକାରୀ ଦଳ ଆଜି ସକାଳେ ସେଠାରେ ପହଁଞ୍ଚି ଏହି ଖବର ଭାରତୀୟ ବାୟୁସେନାକୁ ଦେଇଛନ୍ତି । ଗତ ଜୁନ ୩ ତାରିଖରେ ଭାରତୀୟ ବାୟୁସେନା ବିମାନ ଏଏନ-୩୨ରେ ଏହି ବିମାନ ଜୁନ ୩ରେ ଆସାମ ଜୋରହାଟରୁ ଉଡାଣ ଆରମ୍ଭ କରିଥିଲା । ଏହା ପରେ ସେହି ଦିନ ପ୍ରାୟ ୧ଟା ସୁଦ୍ଧା ନିୟନ୍ତ୍ରଣ କକ୍ଷ ସହିତ ବିମାନର ସଂପର୍କ ଛିନ୍ନ ହୋଇଥିଲା। ଏହା ପରଠୁ ବିମାନର କୌଣସି ଖୋଜ୍ ଖବର ମିଳିନଥିଲା । ବହୁତ ଖୋଜାଖୋଜି ପରେ ଜୁନ ୧୧ରେ ବାୟୁସେନାର ଏମଆଇ-୧୭ ହେଲିକପ୍ଟର୍‌ ନିଖୋଜ ବିମାନର ଭଗ୍ନାବଶେଷକୁ ଠାବ କରିଥିଲା ।

LEAVE A REPLY

Please enter your comment!
Please enter your name here