ବିହାରର ସମାଜ କଲ୍ୟାଣ ମନ୍ତ୍ରୀ ମଞ୍ଜୁ ବର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସ୍ୱାମୀଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆସିବାରୁ ବିହାର ରାଜନୀତି ସରଗରମ ହୋଇଥିଲା । ଏହି ଘଟଣା ପରେ ଇସ୍ତଫା ଦେଇଛନ୍ତି ମନ୍ତ୍ରୀ ବର୍ମା । ଆଶ୍ରୟ ଗୃହରେ 34 ନାବାଳିକାଙ୍କୁ ମନ୍ତ୍ରୀଙ୍କ ସ୍ୱାମୀ ଚଣ୍ଡେଶ୍ୱର ବର୍ମା ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବିରୋଧୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରତିବାଦର ନିଆଁ ତିବ୍ର ହେବାରେ ଲାଗିଛି । ମଞ୍ଜୁ ବର୍ମା ନିଜ ଇସ୍ତଫା ପତ୍ର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ହସ୍ତଗତ କରାଇଛନ୍ତି ।

ଅଭିଯୋଗ ଅନୁଯାୟୀ, ଚଣ୍ଡେଶ୍ୱର ବର୍ମା ମୁଜାଫରପୁର ଆଶ୍ରୟ ଗୃହରେ ରହୁଥିବା 34 ଜଣ ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିଲେ । ଅଭିଯୋଗ ସାମ୍ନାକୁ ଆଣିଥିଲେ ଚାଇଲ୍ଡ ପ୍ରୋଟେକ୍ସନ ଅଫିସର । ଏହା ପରେ ମାମଲା ଦାୟର କରାଯାଇଥିଲା ଥାନାରେ ।

ଏପଟେ ପ୍ରକୃତ ଦୋଷୀକୁ ଉଚିତ୍ ଦଣ୍ଡ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

LEAVE A REPLY

Please enter your comment!
Please enter your name here