ବିଧନସଭା ନିର୍ବାଚନ ପାଇଁ ମିଜୋରାମ, ମଧ୍ୟପ୍ରଦେଶ ଓ ଛତିଶଗଡରେ ମତଦାନ ସରିଥିବା ବେଳେ ଶୁକ୍ରବାର ରାଜସ୍ଥାନରେ 199ଟି ଆସନ ଓ ତେଲେଙ୍ଗାନାରେ 119ଟି ଆସନ ପାଇଁ ମତଦାନ ଗ୍ରହଣ ହୋଇଛି. ତେବେ ଏହି 5ଟି ରାଜ୍ୟର ଫଳାଫଳ ମଙ୍ଗଳବାର ଭୋଟଗଣତି ପରେ ହିଁ ଜଣାପଡିବ. ମାତ୍ର ଏକ ମେସିନ୍ ଯାହାକୁ ସମସ୍ତେ ଏକ୍ସିଟ ପୋଲ୍ ନାମରେ ଜାଣନ୍ତି ସେ ଶୁକ୍ରବାର ମତଦାନ ପରେ ସୂଚାଇ ଦେବ ନିର୍ବାଚନ ଫଳାଫଳ. ରାଜସ୍ଥାନରେ ନିର୍ବାଚନ ବିଜେପି-କଂଗ୍ରେସ ମଧ୍ୟରେ ହେଉଥିବା ବେଳେ ତେଲେଙ୍ଗାନାରେ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ଓ କଂଗ୍ରେସ ଟିଡିପି ମଧ୍ୟରେ ହେଉଛି. ତେବେ ଶୁକ୍ରବାର ସନ୍ଧ୍ୟାସୁଦ୍ଧା ଏକ୍ସିଟ ପୋଲ୍ ଜଣାଇ ଦେବ ଯେ ଡିସେମ୍ବର 12 ତାରିଖରେ କେଉଁ ଦଳ ସରକାର ଗଠନ କରିବ. ଏକ୍ସିଟ୍ ପୋଲ୍, ମଣିଷଙ୍କ କଥାବାର୍ତ୍ତାରୁ ସବୁକିଛି ଅନୁମାନ କରିପାରୁଥିବା ଭଳି ଏକ ମେସିନ୍. ତେବେ ଏଠାରେ ଏକ ପ୍ରଶ୍ନ ଉଠୁଛି ଯେ, ସବୁବେଳେ କଣ ଏହି ମେସିନ୍ ଠିକ୍ ଅନୁମାନ କରିପାରେ ? ନା, ସବୁବେଳେ ଏହି ମେସିନ୍ ଠିକ୍ ଅନୁମାନ କରିପାରିନଥାଏ. ଏହା ସର୍ବଦା ଠିକ୍ ନୁହେଁ ବୋଲି ମଧ୍ୟ ପୂର୍ବରୁ ପ୍ରମାଣିତ ହୋଇଛି. ତେବେ 1967 ମସିହାରେ ଜଣେ ଡଚ୍ ସମାଜଶାସ୍ତ୍ରୀ ନିର୍ବାଚନ ସମୟରେ ଏହି ସିଷ୍ଟମ ଆରମ୍ଭ କରିଥିଲେ.