କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେରଳର ୱାୟନାଡ ଆସନରୁ ନିର୍ବାଚନ ଲଢିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାକୁ ନେଇ କଂଗ୍ରେସର କାର୍ଯ୍ୟକର୍ତ୍ତା ମଧ୍ୟରେ ଉତ୍ସାହ ଦେଖାଯାଇଛି । ରାହୁଲ ନିଜ ଭଉଣୀ ଏବଂ ଦଳ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସେଠାରେ ପହଁଞ୍ଚିଥିଲେ । ରାହୁଲ ନିଜର ପରମ୍ପରାଗତ ଆସନ ଅମେଠି ବ୍ୟତୀତ କେରଳର ୱାୟନାଡରେ ନିର୍ବାଚନ ଲଢିବେ ବୋଲି ରବିବାର ଦିନ ଘୋଷଣା କରାଯାଇଥିଲା । ସିପିଆଇ ପ୍ରାର୍ଥୀ ପିପି ସୁନୀର ଏବଂ ଏନଡିଏ ପ୍ରାର୍ଥୀ ତୁଷାର ବେଲ୍ଲାପଲ୍ଲୀଙ୍କ ସହ ତାଙ୍କର ଟକ୍କର ହେବ । ୱାୟନାଡକୁ କଂଗ୍ରେସର ଗଡ କୁହାଯାଏ । ୨୦୦୯ ଏବଂ ୨୦୧୪ରେ ଏହି ଆସନରୁ କଂଗ୍ରେସ ଶାସନ ଗଢିଥିଲା ।

LEAVE A REPLY

Please enter your comment!
Please enter your name here