ଟିକା ନେଲେ କରୋନା ହେବାର ପ୍ରଶ୍ନ ଉଠୁନି । ଯଦିବା କରୋନା ହେବ ଟିକା ନେଇଥିଲେ ଆକ୍ରାନ୍ତ ଗୁରୁତର ହେବ ନାହିଁ । ଏକଥା ଆମେ କହୁନୁ । ଏହା ବିଶେଷଜ୍ଞ ଏବଂ ସରକାର ଉଭୟ କହୁଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ହେଲେ ଭାରତବର୍ଷରେ ଟିକାକରଣ ଜୋରଦାର ହେବା ଦରକାର । ହେଲେ ଏବେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କାରଣ ଟିକା ନେଇସାରିଥିବା ଜଣେ ଡାକ୍ତର କରୋନାରେ ଗୁରୁତର ହେବା ପରେ ତାଙ୍କର ମୃତ୍ୟୁ ଘଟିଛି। ୫୮ ବର୍ଷୀୟ ଏହି ଡାକ୍ତର ଜଣଙ୍କ ଦିଲ୍ଲୀର। ତାଙ୍କ ନାମ ଅନୀଲ ରାଓ୍ୱତ। ଡାକ୍ତର ରାଓ୍ୱତ ମାର୍ଚ୍ଚରେ ଦ୍ୱିତୀୟ ଟିକା ନେଇଥିଲେ । ନିକଟରେ ସେ କରୋନାରେ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଗୁରୁତର ହେବାରୁ ତାଙ୍କୁ ଶନିବାର ଭେଣ୍ଟିଲେଟରକୁ ନିଆଯାଇଥିଲା। ଡାକ୍ତର ରାଓ୍ୱତ ଦୁଇଟି ଯାକ ଟିକା ନେଇସାରିଥିଲେ ତେଣୁ ସେ ଆରୋଗ୍ୟ ହୋଇଯିବେ ବୋଲି ବିଶ୍ୱାସ ରଖିଥିଲେ। ଡାକ୍ତର ରାଓ୍ୱତଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯାଇଥିଲା। ଏମିତିକି ତାଙ୍କ ଫୁସଫୁସକୁ ପ୍ରତିରୋପଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ସେ ଏହା ପୂର୍ବରୁ ଆଖି ବୁଜି ଦେଇଛନ୍ତି। ତାଙ୍କ ଶ୍ୱାସନଳୀରେ ନିମୋନିଆ ସଂକ୍ରମିତ ହୋଇଯାଇଥିଲା । ତେଣୁ ସେ ଗୁରୁତର ହୋଇପଡ଼ିଥିଲେ ବୋଲି ଡାକ୍ତର ଭରଦ୍ୱାଜ କହିଛନ୍ତି।

LEAVE A REPLY

Please enter your comment!
Please enter your name here