ଜଳୁଛି ଉତ୍ତର ପୂର୍ବାଞ୍ଚଳ. ନାଗରିକତା ସଂଶୋଧନ ବିଲ୍ ସଂସଦରେ ପାରିତ ହୋଇସାରିଥିବା ବେଳେ ଏହାକୁ ଉତ୍ତର ପୂର୍ବ ଭାରତରେ ପ୍ରଚଣ୍ଡ ବିରୋଧ କରାଯାଇଛି. ଆସାମର ଗୌହାଟୀରେ କର୍ଫ୍ୟୁ ଜାରି କରାଯାଇଥିବା ସତ୍ତ୍ବେ ଲୋକେ ବିରୋଧ ଜାରି ରଖିଛନ୍ତି. ହଜାର ହଜାର ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି. ଆନ୍ଦୋଳନକାରୀଙ୍କ ଉପରକୁ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଛି. ଆସାମ ସହ ଟ୍ରେନ ଚଳାଚଳ ଓ ବିମାନ ସେବା ବ୍ୟାହତ ହୋଇଛି. ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି. ଆସାମ ଭଳି ତ୍ରିପୁରାରେ ମଧ୍ୟ ନାଗରିକତା ସଂଶୋଧନ ବିଲକୁ ବିରୋଧ କରାଯାଇଛି. ଅଗରତାଲାରେ ବିକ୍ଷୋଭକାରୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି. ଆନ୍ଦୋଳନ ଉଗ୍ର ରୂପ ଧାରଣ କରୁଥିବାରୁ ଅଧିକାଂଶ ସ୍ଥାନରେ ସେନା ମୁତୟନ କରାଯାଇଛି. ଗୌହାଟୀ ସହରରେ ସେନା ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି. ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିଲ୍ ଗୃହୀତ ହେବା ଦ୍ବାରା କାହାର ଅଧିକାର କ୍ଷୁର୍ଣ୍ଣ ହେବ ନାହିଁ ବୋଲି କହିଛନ୍ତି ଏବଂ ଆନ୍ଦୋଳନରୁ ବିରତ ରହିବାକୁ ନିବେଦନ କରିଛନ୍ତି.

LEAVE A REPLY

Please enter your comment!
Please enter your name here