କାଶ୍ମୀରଘାଟିରେ ଆତଙ୍କବାଦୀଙ୍କ ସଂଖ୍ୟାରେ ଯେପରି ହ୍ରାସ ନ ଘଟେ ସେଥିପାଇଁ ପାକିସ୍ତାନ ଓ ତାର ଗୁଇନ୍ଦା ସଂସ୍ଥା ଆଇଏସଆଇ ଯୋଜନା ପ୍ରସ୍ତୁତ କରୁଛି. ପାକିସ୍ତାନର ଏହି ଯୋଜନାର ଖୁଲାସା କରିଛି ଭାରତୀୟ ଏଜେନ୍ସି.  ରିପୋର୍ଟ ଅନୁସାରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଆତଙ୍କବାଦୀଙ୍କ ପାଇଁ ହାଇ ଆଲ୍ଟିଚ୍ୟୁଡ ଡ୍ରେସ୍ କିଣିବାକୁ ଯୋଜନା କରିଛି. ଏହି ଡ୍ରେସ୍ ର ବ୍ୟବହାର ପାକିସ୍ତାନ ସେନା ତାଙ୍କ ସୈନିକଙ୍କ ପାଇଁ କରିଥାନ୍ତି.  20 ପ୍ରକାରର ବରଫ ପାହାଡରେ ଚଢିବା ପାଇଁ ଏହି ବିଶେଷ ଧରଣର ଡ୍ରେସ୍ କିଣାଯାଇଥାଏ. ଯାହାର ମୂଲ୍ୟ ପାଖାପାଖି 20 ଲକ୍ଷ ଟଙ୍କା. ତେବେ ଏହି ହାଇ ଆଲ୍ଟିଚ୍ୟୁଡ୍ ଡ୍ରେସ୍ ଭିତରେ ଆସୁଥିବା ଜିନିଷଗୁଡିକର ନାମ ହେଲା ଥର୍ମାଲ ଜ୍ୟାକେଟ, ରସି, ହାଇ ଆଲ୍ଟିଚ୍ୟୁଡ ଚଷମା, ସିଟ୍ ହାର୍ନେସ, ମ୍ୟାଟର୍ସ, ପ୍ଲାଏ, ହାଇ ଆଲ୍ଟିଚ୍ୟୁଡ ଜୋତା, ୱାର୍ମ କ୍ୟାପ୍, ହାଇ ଆଲ୍ଟିଚ୍ୟୁଡ୍ ପିଇବା ବୋତଲ ଇତ୍ୟାଦି. ତେବେ ପାକିସ୍ତାନ ଏଭଳି ଡ୍ରେସ ଏବେ ସୈନିକଙ୍କ ସମେତ ଆତଙ୍କବାଦୀଙ୍କ ପାଇଁ ବି କିଣିବ.

LEAVE A REPLY

Please enter your comment!
Please enter your name here