ଶେଷରେ ପୋଲିସ ପଞ୍ଝାରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ । ଉତ୍ତରପ୍ରଦେଶର କାନପୁରରେ ପୁର୍ବ ସପ୍ତାହ ରେ ୮ ଜଣ ପୋଲିସ ଙ୍କୁ ହତ୍ୟା କରିକରିଥିବା ଗ୍ୟାଙ୍ଗଷ୍ଟାର ବିକାଶ ଦୁବେଙ୍କୁ ଗିରଫ କରିଛି ପୋଲିସ । ବିକାଶଙ୍କ ନାମରେ ବଡ ବଡ ହତ୍ୟା ମାମଲା ରୁଜୁ ହୋଇଥିଲା । ୭ ଦିନ ପ୍ରୟାସ ପରେ ଉତ୍ତରପ୍ରଦେଶ ପୋଲିକୁ ମିଳିଛି ବଡ ସଫଳତା । ଉତ୍ତରପ୍ରଦେଶ ପୋଲିସ ବିକାଶର ୨ ଜଣ ସାଥିଙ୍କୁ ଏନକାଉଣ୍ଟର୍ ରେ ମାରିଦେବା ପରେ ବିକାଶ ଉଜ୍ଜୟୀନି ସ୍ଥିତ ଏକ ମନ୍ଦୀରରେ ଲୁଚି ଯାଇଥିଲା । ପୋଲିସ କୌଣସି ସୂତ୍ରରୁ ଖବର ପାଇ ଉଜ୍ଜୟୀନିରେ ଲୁଚିଥିବା ବିକାଶଙ୍କୁ ଗିରଫ କରିଥିଲା । ଏନକାଉଣ୍ଟର୍ ରୁ ବର୍ତ୍ତିବା ପାଇଁ ବିକାଶ ଚିତ୍କାର କରି ନିଜ ପରିଚୟ ଦେଇଥିଲା ବୋଲି ମଧ୍ୟପ୍ରଦେଶ ପୋଲିସ ସୂଚନା ଦେଇଛି । ପୁର୍ବ ସପ୍ତାହ ଶୁକ୍ରବାର ଦିନ ବିକାଶ ଓ ତାଙ୍କ ସାଥି ମାନଙ୍କୁ ପୋଲିସ ଧରିବାକୁ ଯାଇଥିବାବେଳେ ବରିଷ୍ଠ ପୋଲିସଙ୍କ ସମେତ ୮ ଜଣଙ୍କୁ ଏକେ-୪୭ ବନ୍ଧୁକରୁ ଗୁଳି ଚଳାଇଥିଲା ବିକାଶ । ଯେଉଁଠି ଟଳି ପଡିଥିଲେ ୮ ଜଣ ପୋଲିସ ।

LEAVE A REPLY

Please enter your comment!
Please enter your name here