ଆଉ ନାହାଁନ୍ତି ବାଂଲାଦେଶର ପୂର୍ବତନ ଅଣ୍ଡର-୧୯ର ଖେଳାଳୀ ମହମ୍ମଦ ସୋଜିବ । ୨୧ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ ଆତ୍ମହତ୍ୟା କରିଛନ୍ତି । ତେବେ କଣ ପାଇଁ ଏହି ଖେଳାଳୀ ଆତ୍ମହତ୍ୟା କରିଛନ୍ତି । ତାହା ଜଣାପଡିନାହିଁ । ଗତ ଶନିବାର ଦୁର୍ଗାପୁର ସ୍ଥିତ ନିଜ ଘରେ ସୋଜିବ ଆତ୍ମହତ୍ୟା କରିଛନ୍ତି । ୨୦୧୮ରେ ଆୟୋଜିତ ଆଇସିସି ଅଣ୍ଡର ୧୯ ୱାଲ୍ଡ କପ୍ ଟିମ୍‌ରେ ସେ ସଦସ୍ୟ ଥିଲେ । ଷ୍ଟାଣ୍ଡ ବାଏ ଖେଳାଳୀ ଭାବେ ନ୍ୟୁଜିଲାଣ୍ଡ ଗସ୍ତ କରିଥିଲେ । କିନ୍ତୁ ତାଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିନଥିଲା । ଏହାସହ ଏହି ଯୁବ ଓପନିଂ ବ୍ୟାଟ୍ସମ୍ୟାନ ବାଂଲାଦେଶ ଅଣ୍ଡର ୧୯ ଏହିଆ କପ ଟିମରେ ମଧ୍ୟ ସଦସ୍ୟ ରହିଥିଲେ । ୨୦୧୮ପରଠୁ ସେ କୌଣସି ମ୍ୟାଚରେ ଖେଳିବାକୁ ସୁଯୋଗ ପାଇନଥିଲେ । ତେବେ ଚାପଗସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି । ନା ଆତ୍ମହତ୍ୟା ପଛର ଆଉ କିଛି କାରଣ ରହିଛି । ଖୋଳତାଡ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here