ହରିୟାନାର ଲୋକପ୍ରିୟ ଡ୍ୟାନ୍ସର ସପ୍ନା ଚୌଧୁରୀ ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ଜବାହାର ଲାଲ ଷ୍ଟାଡିୟମରେ ଆୟୋଜିତ ବିଜେପିର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଦିଲ୍ଲୀର ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ ଏବଂ ମଧ୍ୟ ପ୍ରଦେଶର ପୂର୍ବତନ ମୂୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସପ୍ନା କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ସପ୍ନା ଏହାକୁ ଖଣ୍ଡନ କରିଥିଲେ । ଆଜି ସପ୍ନା ବିଦ୍ଧିବଦ୍ଧ ଭାବେ ବିଜେପିରେ ଯୋଗଦେଇ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ବିଜେପିରେ ଯୋଗଦେବା ପରେ ସପ୍ନାଙ୍କୁ ହରିୟାଣା ବିଧାନସଭା ପାଇଁ ଦଳ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ଏଠାରେ ସୂଚନାଯୋଗ୍ୟ ସପ୍ନା ଚୌଧୁରୀ ଭୋଜପୁରୀ ଡାନ୍ସର ଏବଂ ଜଣେ ନାମକରା ଗାୟୀକା ମଧ୍ୟ । ତାଙ୍କର ଡାନ୍ସର ଆନ୍ଦାଜରେ ସମସ୍ତେ ମୋହିତ ହୋଇଯାଆନ୍ତି । ତାଙ୍କର ଲୋକପ୍ରିୟତା ଯୋଗୁ କଲର୍ସ ରେ ପ୍ରସାରିତ ଲୋକପ୍ରିୟ ସୋ ବିଗ୍ ବସ୍ ସିଜିନ ୧୧ରେ ସପନା ସ୍ଥାନ ପାଇଥିଲେ ।

LEAVE A REPLY

Please enter your comment!
Please enter your name here