ଉତ୍ତରାଖଣ୍ଡର ବିପର୍ଯ୍ୟୟ ପରେ, ଏବେ ଜମ୍ମୁ-କାଶ୍ମୀରର କିସୁୱାଡ଼ରେ
ବାଦଲଫଟା ବର୍ଷା କାରଣରୁ ବିପଦ ସୃଷ୍ଟି ହୋଇଛି । ପାଡ଼ର ଅଞ୍ଚଳର ଚଶୌଟୀ ଗ୍ରାମରେ ଗୁରୁବାର ପ୍ରବଳ ବର୍ଷା ହୋଇଛି। ଏହି ବାଦଲଫଟା ବର୍ଷାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଓ ଅନେକ ଲୋକ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତିଙ୍କ କୌଣସି ଖୋଜ ଖବର ମିଳୁନି । ଏହା ଭିତରେ ୩ଶହ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ସେନା ଓ ଏନ୍ଡିଆର୍ଏଫ୍ର ମିଳିତ ଟିମ୍। ଘଟଣା ସମୟରେ ମଚୈଲ ମାତାଙ୍କ ଯାତ୍ରା ଚାଲିଥିଲା ଓ ଅନେକ ଶ୍ରଦ୍ଧାଳୁ ସେଠାରେ ଶିବିରରେ ରହୁଥିଲେ । ଭୀଷଣ ବର୍ଷାରେ ମନ୍ଦିର ପାଖରେ ଥିବା ପ୍ରସାଦ ବିତରଣ ତମ୍ବୁ ଓ କିଛି ଗାଡ଼ି ବନ୍ୟାଜଳରେ ଭାସିଯାଇଥିଲା । କେନ୍ଦ୍ର ମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂହ ଡେପୁଟି କମିଶନରଙ୍କ ସହିତ ଆଲୋଚନା କରି ତୁରନ୍ତ ଉଦ୍ଧାର କାର୍ଯ୍ୟର ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ରାସ୍ତା ଧୋଇଯିବାରୁ ସେଠାରେ ପହଁଚିବା କଷ୍ଟସାଧ୍ୟ ହେଉଛି ।














