ମୁମ୍ବାଇର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୈରିନ ଭଟ୍ଟଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଜଣେ ଓଡିଆ ଯୁବତୀ । କଟକ ଜଗତପୁର ଅଞ୍ଚଳରେ ରହୁଥିବା ଏହି ଯୁବତୀ ଆଜି ମହିଳା ଥାନାରେ ଅଭିଯୋଗ କରିବା ପରେ ମହିଳା ଥାନା ପୋଲିସ ଯୁବତୀଙ୍କ ବୟାନ ରେକର୍ଡ କରିଛି । ସୈରିନ ଭଟ୍ଟଙ୍କ ନାଁରେ ଦଫା ୩୭୬, ୪୯୩, ୩୪୧, ୨୯୪, ୪୧୭, ୫୦୬ରେ ମାମଲା ରୁଜୁ ହୋଇଛି । ଯୁବତୀଙ୍କ ଅଭିଯୋଗ ହେଉଛି, ସେ ମୁମ୍ବାଇରେ କାର୍ଯ୍ୟ କରୁଥିବା ବେଳେ ସୈରିନ ଭଟ୍ଟଙ୍କ ସଂସ୍ପର୍ଶରେ ଆସିଥିଲେ । କଳା ଓ ସଙ୍ଗୀତ ପ୍ରତି ରୁଚି ଥିବାରୁ ସେ ବିଭିନ୍ନ ଷ୍ଟେଜ୍ ସୋରେ ଗୀତ ଗାଇଛନ୍ତି । ମାତ୍ର ସୈରିନ ତାଙ୍କୁ ପ୍ରତିଷ୍ଠିତ ଗାୟିକା କରିଦେବାର ସ୍ବପ୍ନ ଦେଖାଇ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିଲେ ବୋଲି କହିଛନ୍ତି । ଓଲିଉଡରେ କାଷ୍ଟିଂ କାଉଚକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସୈରିନଙ୍କ ନାଁରେ ଓଡିଆ ଯୁବତୀଙ୍କ ଯୌନ ଶୋଷଣ ଅଭିଯୋଗ ପ୍ରସଙ୍ଗର ଗୁରୁତ୍ବ ବଢାଇ ଦେଇଛି ।

LEAVE A REPLY

Please enter your comment!
Please enter your name here