ମହାରାଷ୍ଟ୍ରର ଅହମ୍ମଦନଗରରେ ଥିବା ସରକାରୀ ସିଭିଲ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । କୋଭିଡ ୱାର୍ଡରେ ଏହି ନିଆଁ ଲାଗିଛି । ଏଥିରେ ୧୦ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ୬ ଜଣ ଗୁରୁତ୍ତର ଅଛନ୍ତି । ଅହମ୍ମଦନଗରର କଲେକ୍ଟର ରାଜେନ୍ଦ୍ର ଭୋସଲେ ଘଟଣାର ତଦନ୍ତ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମାମଲାର ଚାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ନିଆଁ କେମିତି ଲାଗିଲା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here