ପଞ୍ଚାୟତ ଭୋଟ୍ ପାଇଁ ଶେଷ ହୋଇଛି ସର୍ବଦଳୀୟ ବୈଠକ । ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ୪ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ନିର୍ବାଚନର ୭ ଦିନ ପୂର୍ବରୁ ମଦକୁ ବନ୍ଦ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ତା ସହିତ ସରପଞ୍ଚ ଓ ସମିତି ସଭ୍ୟଙ୍କ ଖର୍ଚ୍ଚ ସୀମା ୧ଲକ୍ଷ ୬୦ହଜାରରୁ ୨ଲକ୍ଷ ପର‌୍ୟ୍ୟନ୍ତ କରିବାକୁ ବିଭିନ୍ନ ରାଜନୈତିକ ଦଳ ଦାବି କରିଛନ୍ତି । ଏହା ପୂର୍ବରୁ ୮୦ହଜାର ଟଙ୍କା ଥିଲା ଖର୍ଚ୍ଚ ସୀମା । ଅନ୍ୟପଟେ ଜିଲ୍ଲା ପରିଷଦ ସଭ୍ୟଙ୍କ ଖର୍ଚ୍ଚ ସୀମା ୨ଲକ୍ଷରୁ ୫ଲକ୍ଷ କରିବାକୁ ଦାବି ହୋଇଛି । ସେହିପରି ଭୋଟ ଗ୍ରହଣ ସମୟ ଅବଧି ବଢାଇବାକୁ ଦାବି ହୋଇଛି । ସଂଶୋଧିତ ଭୋଟର ତାଲିକାରେ ଯୁବବର୍ଗଙ୍କୁ ସାମିଲ କରିବା ସହ ନକଲି ଭୋଟର କାର୍ଡକୁ ଚିହ୍ନଟ କରି ନାକଚ କରିବାକୁ ଦାବି କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ରାଜ୍ୟ ନିର୍ବାଚନ କମିଶନଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଇଥିଲା ଏହି ସର୍ବଦଳୀୟ ବୈଠକ ।

LEAVE A REPLY

Please enter your comment!
Please enter your name here