ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଅଭିଯାନକୁ ଆଗକୁ ବଢାଇବାକୁ ଏବେ ଏଥିରେ ସହଯୋଗ କରିଛନ୍ତି ରାଜସ୍ଥାନ ସରକାର । ସରକାର ଖୁବଶୀଘ୍ର ଗରିବ ସୀମାରେଖା ତଳେ (ବିପିଏଲ) ଶ୍ରେଣୀରେ ଥିବା ପରିବାରର ମହିଳାମାନଙ୍କୁ ମୋବାଇଲ ଫୋନ ଯୋଗାଇ ଦେବେ ବୋଲି କହିଛନ୍ତି । ଭମଶାହ ଯୋଜନାରେ ଏହି ମୋବାଇଲ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଦିଆ କହିଛନ୍ତି , ଏହି ଫୋନରେ ନୂଆ ଆପ୍ଲିକେଶନ ମଧ୍ୟ ଦିଆଯିବ । ଫଳରେ ମହିଳାମାନେ ସୁବିଧାରେ ଏହାକୁ ଅପରେଟ କରିବା ସହ ସରକାରୀ ଯୋଜନାରେ ମିଳୁଥିବା ସୁବିଧାର ଲାଭ ଉଠାଇପାରିବେ । ଏହାସହ ୫ ହଜାର ଗ୍ରାମପଞ୍ଚାୟତକୁ ମଧ୍ୟ ମାଗଣା ୱାଇଫାଇ ସେବା ଯୋଗାଇ ଦିଆଯିବ ।

LEAVE A REPLY

Please enter your comment!
Please enter your name here