ଘରୁ ଚୋରି ହେବା କ’ଣ ଆପଣଙ୍କ ନିଦ ଉଡାଇଦେଇଛି ? ଚୋରିହେବା ଭୟରେ କ’ଣ ଆପଣ କୁଆଡେ ବୁଲିବାକୁ ଯାଇପାରୁନାହାନ୍ତି,ନା ବୁଲିବାକୁ ଗଲେ ମଧ୍ୟ ଘରୁ ଚୋରି ହେବା ଚିନ୍ତା ଆପଣଙ୍କ ମନରେ ରହୁଛି ? ଯଦି ଏ ସବୁ ପ୍ରଶ୍ନର ଉତ୍ତର ହଁ, ତାହାଲେ  ଆପଣଙ୍କ ପାଇଁ ଖୁସି ଖବର. ଏହି ଖବର ଶୁଣିଲା ମାତ୍ରେ ଆପଣଙ୍କୁ ସବୁ ଚିନ୍ତା ଦୂର ହୋଇଯିବ. ବର୍ତ୍ତମାନ ଆମେ ଆପଣଙ୍କୁ ଏଭଳି ଏକ ଡିଭାଇସ୍ ବିଷୟରେ କହିବାକୁ ଯାଉଛୁ, ଯାହା ସାହାଯ୍ୟରେ ଆପଣ ବୁଲିବାକୁ ଗଲା ପରେ ପୋଲିସ୍ ଆପଣଙ୍କ ଘର ଉପରେ ପୂରା ନଜର ରଖିବ. ପ୍ରକୃତରେ ଦିଲ୍ଲୀଭଳି ସହରରେ ହେଉଥିବା ଚୋରିକୁ ଲଗାମ ଦେବା ପାଇଁ ଦିଲ୍ଲୀ ପୋଲିସ୍ ଏକ ସ୍ୱତନ୍ତ୍ର ଡିଭାଇସ୍ ପ୍ରସ୍ତୁତ କରିଛି. ଯାହା ସାଧାରଣ କ୍ୟାମେରା ଠାରୁ ଟିକେ ଭିନ୍ନ . ତେବେ ଏହାର ବିଶେଷତ୍ୱ ହେଲା, ଏଥିରେ ଏଭଳି ସେନ୍ସର ଲଗାଯାଇଛି ଯାହା ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖିବା ସହ ସେମାନଙ୍କୁ ଚିହ୍ନିବାରେ ସାହାଯ୍ୟ କରିବ ଏବଂ ଏଥିରେ ଥିବା ନାଇଟ୍ ଭିଜନ୍ କ୍ୟାମେରା ସାହାଯ୍ୟରେ ଦିନ ହେଉ କିମ୍ବା ରାତି, ସବୁକିଛି ଭଲଭାବେ ରେକର୍ଡିଂ ହେଇପାରିବ. ତେବେ ଏହି ଡିଭାଇସ୍ ଟି ମୋବାଇଲ୍ ଆପ୍ ଉପରେ ଆଧାରିତ ହେବ. ଏହାକୁ ଘରେ ଲଗାଇବା ପରେ ଆପଣଙ୍କୁ ମୋବାଇଲ୍ ଆପ୍ ରେ ରେଜିଷ୍ଟର କରିବାକୁ ପଡିବ. ଏହା ପରେ ଯେତେବେଳେ ଆପଣ ବାହାରକୁ ଯିବେ, ଆପଣ ମୋବାଇଲ୍ ଆପ୍ କୁ ଅପଡେଟ୍ କରିବେ. ତା ପରେ ଦିଲ୍ଲୀ ପୋଲିସ୍ ଏହି ସ୍ୱତନ୍ତ୍ର ଡିଭାଇସ ସାହାଯ୍ୟରେ ଆପଣଙ୍କ ଘର ଉପରେ 24 ଘଣ୍ଟା ନଜର ରଖିପାରିବ. ତେବେ ଖାସ୍ କଥା ହେଲା ଯେ, ଏହା ସାଟେଲାଇଟ୍ ସହ କନେକ୍ଟେଡ ଥିବ.

LEAVE A REPLY

Please enter your comment!
Please enter your name here