ଗାଁ ଏବଂ ସହରରେ ପୋର୍ଟେବଲ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ବିକ୍ରି ଜଲଦି ଆରମ୍ଭ ହେବାକୁ ଯାଉଛି. ଏଥିପାଇଁ ଦେଶରେ ଏହାର ନିର୍ମାଣ କାର୍ଯ୍ୟ ବହୁତ ଜଲଦି ଆରମ୍ଭ ହେବ ଏବଂ ଏଥିପାଇଁ 1600 କୋଟି ଟଙ୍କା ନିବେଶ କରାଯିବ. ପୋର୍ଟେବଲ ପେଟ୍ରୋଲ ପମ୍ପର ମ୍ୟାନେଜିଙ୍ଗ ଡାଇରେକ୍ଟର ପ୍ରୁତି କହିଛନ୍ତି, ଭାରତରେ ଏ ଯାଏଁ ପୋର୍ଟେବଲ ପେଟ୍ରୋଲ ପମ୍ପ ଆରମ୍ଭ ହୋଇନାହିଁ. ପେଟ୍ରୋଲିୟମ ଓ ନ୍ୟାଚୁରାଲ ଗ୍ୟାସ୍ ମନ୍ତ୍ରାଳୟ 10 ଅଗଷ୍ଟରେ ଏହାକୁ ମଂଜୁରୀ ଦେଇଛନ୍ତି. ଦେଶରେ ଏହା ଶୀଘ୍ର ଆରମ୍ଭ ହେବ ଯେଉଁଥିରେ କର୍ମଚାରୀ ନଥିବେ. ଗାଡି ଚାଳକ ନିଜେ ଡିଜିଟାଲ ପେମେଣ୍ଟ କରି ଗାଡିରେ ପେଟ୍ରୋଲ ଭରିବେ. ସାଧାରଣତତଃ ପେଟ୍ରୋଲ ପମ୍ପ ସ୍ଥାପନ ପାଇଁ ବହୁତ ଜାଗା ଆବଶ୍ୟକ ହୋଇଥାଏ, ଯେତେବେଳେ ପୋର୍ଟେବଲ ପେଟ୍ରୋଲ ପମ୍ପ ପାଇଁ ମାତ୍ର 400 ମିଟର ଜାଗା ଆବଶ୍ୟକ. ତେବେ ଭାରତରେ ଏହା ଲୋକମାନଙ୍କ ପାଇଁ ସୁବିଧା ହେବ ବୋଲି ପ୍ରୁତି କହିଛନ୍ତି.

LEAVE A REPLY

Please enter your comment!
Please enter your name here