ଆଉ ଦିନକ ପରେ ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ନିର୍ବାଚନ ପାଇଁ ରାଜନୀତି ପୁରା ସରଗରମ । ଭୋଟରଙ୍କୁ ନିଜ ପକ୍ଷକୁ ଟାଣିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଚାଲିଛି କସରତ। ଏସବୁ ଭିତରେ ସବୁଠୁ ଆଗରେ ଅଛି କଂଗ୍ରେସ ଓ ଭାଜପା । ଶନିବାର କଂଗ୍ରେସ ନିର୍ବାଚନ ପୂର୍ବରୁ ନିଜ ଘୋଷଣା ପତ୍ର ଜାରି କରିଛି । କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ କମଳନାଥଙ୍କ ଉପସ୍ଥିତିରେ ବରିଷ୍ଠ ନେତା ଜ୍ୟୋତିରଦିତ୍ୟ ସିନ୍ଧିଆ ଏହି ଘୋଷଣା ପତ୍ର ଉପସ୍ଥାପନ କରଛନ୍ତି। ମଧ୍ୟପ୍ରଦେଶରେ କଂଗ୍ରେସ ଯଦି ଶାସନକୁ ଆସେ ତେବେ ଗୋମାତାଙ୍କ ସୁରକ୍ଷା ବିଭିନ୍ନ ପଦକ୍ଷେପ ହାତକୁ ନିଆଯିବା ସହ ପ୍ରତି ଜିଲାରେ ଗୋଶାଳା ନିର୍ମାଣ କରାଯିବ। ଏହାସହ ବେରୋଜଗାର ଯୁବକଙ୍କୁ ଚାକିରି ମିଳିବା ପର୍ୟ୍ୟନ୍ତ ପ୍ରତିମାସରେ ୧୦ ହଜାର ଟଙ୍କା ବେତନ ଦିଆଯିବ। ପ୍ରତି ଜିଲାରେ ପରୀକ୍ଷାରେ ଟପ୍‌ କରିଥିବା ଦଶଜଣ ଛାତ୍ରୀଛାତ୍ରଙ୍କୁ ମାଗଣାରେ ଲ୍ୟାପଟପ୍‌ ଦିଆଯିବ ବୋଲି କଂଗ୍ରେସ ଘୋଷଣା ପତ୍ରରେ ଉଲ୍ଲେଖ ରହିଛି। ଏହାସହ ରାଜ୍ୟରେ ବିଧାନ ପରିଷଦ ଗଠନ କରାଯିବା ସହ ଯୁବତୀଙ୍କ ବିବାହ ପାଇଁ ୫୧ ହଜାର ଟଙ୍କା ଦିଆଯିବ କମଲନାଥ ଘୋଷଣା କରିଛନ୍ତି।
ସେହିପରି ଭାରତୀୟ ଜନତା ପାର୍ଟି ନିର୍ବାଚନୀ ଇସ୍ତାହାରା ପ୍ରକାଶ କରିଛି । ରାଜ୍ୟର ବରିଷ୍ଠ ନେତାଙ୍କ ସହ ଦଳର ଜାତୀୟ ସଭାପତି ଅମିତ ଶାହା ଏହାକୁ ଜାରି କରିଛନ୍ତି । କେନ୍ଦ୍ରରେ ମୋଦୀ ସରକାର ଏବଂ ରାଜ୍ୟରେ ରମଣି ସିଂଙ୍କ ସରକାର ଛତିଶଗଡକୁ ଆଗକୁ ନେବେ । ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବା ସହ ରାଜ୍ୟରେ ରମଣ ସରକାରଙ୍କ ସଫଳତା ବଖାଣିଛନ୍ତି ସେ । ଅମିତ ଶାହା କହିଛନ୍ତି, ରମଣ ସରକାର ଛତିଶଗଡ଼କୁ ପ୍ରାୟତଃ ନକ୍ସଲ୍ ମୁକ୍ତ କରିବା ସହ ଏହାକୁ ସିମେଣ୍ଟ ଉତ୍ପାଦନର ଏକ ପେଣ୍ଠରେ ପରିଣତ କରିଛନ୍ତି।

LEAVE A REPLY

Please enter your comment!
Please enter your name here