କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଜାତୀୟ ମହିଳା କମିଶନ ନୋଟିସ ଜାରି କରିଛି । ଜଣେ ମହିଳା ମନ୍ତ୍ରୀଙ୍କ ପ୍ରତି ମନ୍ତବ୍ୟ ନେଇ କମିଶନ ପକ୍ଷରୁ ନୋଟିସ ଜାରି କରାଯାଇଛି । ବୁଧବାର ଦିନ ରାଜସ୍ଥାନରେ ଏକ ରାଲି ସମୟରେ କଂଗ୍ରେସ ଅଧ୍ୟକ୍ଷ କହିଥିଲେ କି, ପ୍ରଧାନମନ୍ତ୍ରୀ ଡରି ଯାଇଛନ୍ତି । ନିଜର ସୁରକ୍ଷା ପାଇଁ ସେ ମହିଳା ମନ୍ତ୍ରୀଙ୍କୁ ଆଗକୁ ପଠାଇ ଦେଇଛନ୍ତି । ରାହୁଲଙ୍କର ଏହି ବୟାନ ପରେ କେନ୍ଦ୍ର ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା କଡା ପ୍ରତିକ୍ରିୟା ଦେଇଛନ୍ତି ।
ମହିଳା କମିଶନ ଏହାକୁ ପୁରୁଷବାଦୀ ମାନସିକତାର ନାମ ଦେଇ ତାଙ୍କୁ ନୋଟିସ ପଠାଇଛନ୍ତି । ମହିଳା କମିଶନ ଅଧ୍ୟକ୍ଷ ଏହାକୁ ନିନ୍ଦା କରି କହିଛନ୍ତି ଯେ, ରାହୁଲ ଗାନ୍ଧୀ ମହିଳାଙ୍କୁ ଦୁର୍ବଳ ଭାବୁଛନ୍ତି । ଏହା ମହିଳାଙ୍କ ପାଇଁ ଅପମାନଜନକ । ଆମେ ନୋଟିସ ପଠାଇ ତାଙ୍କ ଠାରୁ ଜବାବ ମାଗିଛୁ । ଏହିିିିି ବୟାନ ପଛରେ ତାଙ୍କର ଉଦ୍ଦେଶ୍ୟ କଣ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ ନୋଟିସ କଲେ କମିଶନ । ସଂସଦରେ ମଧ୍ୟ ରାହୁଲ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିଲେ । ରାଫେଲ ଆଲୋଚନାବେଳେ ଅପମାନଜନକ ମନ୍ତବ୍ୟ ଦେଇଥିଲେ ରାହୁଲ । ପିଏମ ପଳାଇଲେ , ଜଣେ ମହିଳାଙ୍କୁ ଉତ୍ତର ଦେବାକୁ କହିଗଲେ ବୋଲି ରାହୁଲ ମନ୍ତବ୍ୟ ଦେଇଥିଲେ । ନୋଟିସ ପାଇ ଉପଯୁକ୍ତ ଯୁକ୍ତିସଂଗତ କାରଣ ଦର୍ଶାଇବାକୁ କହିଲେ କମିଶନ ।

LEAVE A REPLY

Please enter your comment!
Please enter your name here