ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଏକ ବଡ ଉପହାର ଘୋଷଣା କରିଛନ୍ତି । ସରକାରୀ କର୍ମଚାରୀଙ୍କ ଏବେ ମହଙ୍ଗା ଭତ୍ତା ବାବଦକୁ ଅଧିକ ୫ପ୍ରତିଶତ ମହଙ୍ଗା ଭତ୍ତା ପାଇବେ । ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାର ଶୁକ୍ରବାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ପ୍ରତିଶତ ବୃଦ୍ଧି କରିଛନ୍ତି । ୨୦୨୦ ଜାନୁଆରୀ ପହିଲାରୁ ପିଛିଲା ଭାବେ ଏହା ଲାଗୁ ହେବ । ସପ୍ତମ ବେତନ କମିଶନଙ୍କ ଆଧାରରେ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି । ଗୁରୁବାର ସପ୍ତମ ବେତନ କମିଶନର ବକେୟା ୧୦ ପ୍ରତିଶତକୁ ବଢାଇବା ପାଇଁ ମଧ୍ୟ ରାଜ୍ୟ ସରକାର ମଞ୍ଜୁର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here