ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ‘ହିଗିବିସ’ | ଜାପାନରେ ‘ହିଗିବିସ’କୁ ନେଇ ଖେଳିଯାଇଛି ପ୍ରଳୟଣଙ୍କର ବାତାବରଣ | ବିଗତ ୬୦ ବର୍ଷର ସବୁଠୁ ବଡ ସାମୁଦ୍ରିକ ଝଡ଼ର ସାମ୍ନା କରିଛି ଜାପାନ | ଧ୍ୱଂସ ଓ ଵିଧ୍ଵଂସ ର ତାଣ୍ଡବଲୀଳା ଖେଳିଥିବା ‘ହିଗିବିସ’ ନେଲାଣି ୧୧ ଜଣଙ୍କ ଜୀବନ | ଏଥିସହ ୧୪ ଜଣ ନିଖୋଜ ଅଛନ୍ତି | ପବନରେ ବେଗ ଘଣ୍ଟା ପ୍ରତି ୨୨୫ କିଲୋମିଟର ରହିଛି | ବିଭିନ୍ନ ସ୍ଥାନରେ ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି | ୭୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଲାଗି ସରକାର ନିର୍ଦେଶ ଦେଇଛନ୍ତି | ଜାପାନର ପ୍ରମୁଖ ଦ୍ବୀପ ହୋଂଶୁ ଆଇଲାଣ୍ଡରେ ଗତ ଶନିବାର ରାତି ୭ଟାରେ ସାମୁଦ୍ରିକ ଝଡ଼ ‘ହିଗିବିସ’ ସ୍ଥଳଭାଗ ଛୁଇଁଥିଲା | ପରେ ପରେ ଆରମ୍ଭ ହୋଇଯାଇଥିଲା ଧ୍ଵସ୍ତବିଧ୍ଵସ୍ତ | ବାତ୍ୟା ଯୋଗୁ ଗମନାଗମନ ଏବଂ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି | ସହରାଞ୍ଚଳରେ ଚଳାଚଳ କରୁଥିବା ଟ୍ରେନଗୁଡ଼ିକ ଟୋକିଓରେ ଅଟକି ରହିଛି | ଏହାବ୍ୟତୀତ ଅନେକ ବୁଲେଟ୍‌ ଟ୍ରେନ ଏବଂ ରାଜଧାନୀରେ ଥିବା ୨ଟି ବିମାନବନ୍ଦରରୁ ବିମାନ ଚଳାଚଳକୁ ବାତିଲ କରାଯାଇଛି | ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଦେଶରେ ଚାଲିଥିବା ୨ଟି ବଡ଼ ଗେମ୍ସ ପ୍ରଭାବିତ ହୋଇଛି | ରଗ୍‌ବୀ ବିଶ୍ଵ କପ୍‌ର ୨ଟି ମ୍ୟାଚ ବାତିଲ କରାଯାଇଛି | ଏହି ବାତ୍ୟା ପ୍ରଭାବରେ ଏବେ ଜାପାନରେ ଥିବା ସମସ୍ତ ନଦୀ ଓ ସମୁଦ୍ର ଫୁଲିବାରେ ଲାଗିଛି | ପ୍ରାୟ ୩ ଲକ୍ଷ ଘରୁ ବିଜୁଳି ଓ ଟେଲିଫୋନ୍ ସଂଯୋଗ ବିଛିନ୍ନ ହୋଇଛି । ଜାପାନ ସରକାରଙ୍କ ପାଣିପାଗ ବିଭାଗ ହଗିବିସକୁ ନେଇ ୫ ନଂବର ବିପଦ ସଂକେତ ଜାରି କରିଛନ୍ତି |

LEAVE A REPLY

Please enter your comment!
Please enter your name here