ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁ ପ୍ରତୀକ୍ଷିତ କରତାରପୁର କରିଡର ଆସନ୍ତା ନଭେମ୍ବର ୮ ତାରିଖରେ ଉଦଘାଟନ କରିବେ | ଏନେଇ କେନ୍ଦ୍ରମନ୍ତ୍ରୀ ହରସିମତ କୌର ବାଦଲ ଟ୍ଵିଟ୍ କରି ସୂଚନା ଦେଇଛନ୍ତି | ପଂଜାବର ଡେରା ବାବା ନାନକ ତୀର୍ଥସ୍ଥାନରୁ ପାକିସ୍ତାନର ଦରବାର ସାହେବ ଗୁରୁଦ୍ୱାରକୁ ଏହି କରିଡର ସଂଯୋଗ କରିବ | ପ୍ରଧାନମନ୍ତ୍ରୀ କରତାରପୁର କରିଡର ଉଦଘାଟନ କରିବା ସହ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି | ତେବେ ପ୍ରଧାନମନ୍ତ୍ରୀ ଉଦଘାଟନ କରିବା ପରେ ସୁଲତାନପୁର ଲୋଧିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ | ପରେ ଗୃହମନ୍ତ୍ରୀ ଅମିତ ଶାହା ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ମଂଚ ଗସ୍ତ କରିବେ | ଏହାପରେ ନଭେମ୍ବର ୧୨ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏସଜିପିସି ମଂଚ ଗସ୍ତ କରିବେ | ପାକିସ୍ତାନରେ କରତାପୁର କରିଡ଼ରର ନଭେମ୍ବର ୨୮ରେ ଉଦଘାଟନ ହୋଇଥିଲା | ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହାର ଶିଳାନ୍ୟାସ କରିଥିଲେ |

LEAVE A REPLY

Please enter your comment!
Please enter your name here