ଆସନ୍ତା ଜୁଲାଇ ୩ରୁ ଆରମ୍ଭ ଅମରନାଥ ଯାତ୍ରା । ୩୮ ଦିନ ହେବ ଯାତ୍ରା। ଅଗଷ୍ଟ ୯ ପର୍ଯ୍ୟନ୍ତ ଯାତ୍ରୀ ଅମରନାଥଙ୍କୁ ଦର୍ଶନ କରିବାକୁ ସୁଯୋଗ ପାଇବେ । ସିଆରପିଏଫ ଓ ଅର୍ଦ୍ଧ ସାମରିକ ବଳର ୫୮୧ କମ୍ପାନୀ ସୁରକ୍ଷାରେ ନିୟୋଜିତ ରହିବେ । ସମସ୍ତ ସିକ୍ୟୁରିଟି ରୁଟ୍କୁ ସିକ୍ୟୁରିଟି ଅଡିଟ ଏବଂ ଡିଜିଟାଲ ମ୍ୟାପିଂ କରାଯିବ । ଯାତ୍ରା କରୁଥିବା ବାଟରେ ଜାମର ଲାଗିବ । ଏହାଦ୍ବାରା ଆଇଡି ବ୍ଲାଷ୍ଟ ଭଳି ଘଟଣା ରୋକାଯାଇ ପାରିବ । ସୁରକ୍ଷାକର୍ମୀଙ୍କ ପାଖରେ ସାଟେଲାଇଟ ଫୋନ ରହିବ । ଯାତ୍ରୀ ଏବଂ ଗାଡିରେ ରେଡିଓ ଫ୍ରିକୁଏନ୍ସି ପରିଚୟ ପତ୍ର ମଧ୍ୟ ରହିବ ।
ସିଆରପିଏଫ ଡିଜି ନିଜେ ପହଲଗାମ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ପ୍ରଥମ ଥର ପାଇଁ ଡ୍ରୋନ, କେ ନାଇନ ଡଗ୍ ସହ BDS ୟୁନିଟ ମଧ୍ୟ ତୀର୍ଥଯାତ୍ରୀଙ୍କୁ ସୁରକ୍ଷା ଯୋଗାଇବ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଜମ୍ମୁ କଶ୍ମୀରରେ ପବିତ୍ର ଯାତ୍ରା ସୁରକ୍ଷାକୁ କଡାକଡ଼ି କରାଯାଇଛି