ଆଜି ଭାରତ ପାଳୁଛି ବିଜୟ ଦିବସ । ଶତ୍ରୁ ଶିବିରରେ ପଶି ଠିକ୍ ଆଜିର ଦିନରେ ପରାକ୍ରମ ଦେଖାଇଥିଲା ଭାରତ । ଭୟରେ ଆତ୍ମସମର୍ପଣ କରିଥିଲେ ୯୩ ହଜାର ସୈନିକ । ଡିସେମ୍ବର ୧୬ରେ ଭାରତ ପାକିସ୍ତାନ ମଧ୍ୟରେ ହୋଇଥିଲା ଯୁଦ୍ଧ । ଆଉ ଏହି ଯୁଦ୍ଧରେ ପାକିସ୍ତାନକୁ ମୁହଁତୋଡ ଜବାବ୍ ଦେଇଥିଲା ଭାରତ । ୧୯୭୧ ମସିହା ଡିସେମ୍ବର ୧୬ ତାରିଖରେ ୯୩ ହଜାର ପାକିସ୍ତାନୀ ସୈନିକ ଭାରତୀୟ ସେନାଙ୍କ ପାଖରେ କରିଥିଲେ ଆତ୍ମସମର୍ପଣ । ଏହି ଯୁଦ୍ଧ ଭାରତ ପାଇଁ ଥିଲା ଐତିହାସିକ । କେବଳ ଭାରତ ପାଇଁ ନୁହେଁ ବାଂଲାଦେଶ ପାଇଁ ମଧ୍ୟ ଥିଲା ଐତିହାସିକ । ଯୁଦ୍ଧରେ ଭାରତୀୟ ସୈନିକଙ୍କ ବିରୋଧ ଆଉ ସାହାସକୁ ବର୍ତ୍ତମାନ ଯାଏ ମଧ୍ୟ ମନେ ରଖିଛନ୍ତି ଦେଶବାସୀ । ପୂର୍ବ ପାକିସ୍ତାନ , ଯାହାର ବର୍ତ୍ତମାନ ନାଁ ବାଂଲାଦେଶ । ପୂର୍ବ ପାକିସ୍ତାନର ଭାଷା ଓ ସଂସ୍କୃତିକୁ ବିରୋଧ କରୁଥିଲା ପାକିସ୍ତାନ । ଆଉ ତାଙ୍କ ଉପରେ କରୁଥିଲା ଅତ୍ୟାଚାର । ଏହି ଅତ୍ୟାଚାର ବିରୋଧରେ ସ୍ୱର ଉଠାଇଥିଲେ ପୂର୍ବ ପାକିସ୍ତାନ । ଫଳରେ ୧୯୭୧ ମସିହାରେ ପୂର୍ବ ପାକିସ୍ତାନର ଲୋକଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ ପାକିସ୍ତାନ ସେନା । ପୂର୍ବ ପାକିସ୍ତାନରେ ଆରମ୍ଭ ହୋଇଥିଲା ନରସଂହାର । ଆଉ ଭୟରେ ଲୋକମାନେ ପୂର୍ବ ପାକିସ୍ତାନ ସୀମାକୁ ଲାଗିଥିବା ଭାରତୀୟ ରାଜ୍ୟ ଗୁଡିକୁ ଚାଲିଆସିଥିଲେ । ପ୍ରାୟ ୧୦ ଲକ୍ଷ ଲୋକ ଭାରତ ଭିତରକୁ ଚାଲିଆସିଥିବା ଖବର ପାଇଥିଲା ଭାରତ । ଏହି ଖବର ପାଇବା ପରେ ବୀର ଭାରତୀୟ ସେନାକୁ ଯୁଦ୍ଧ ପାଇଁ ନିର୍ଦ୍ଦେଶ ଦେଇଥିଲେ ତତକାଳୀନ ଭାରତର ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧି ।

LEAVE A REPLY

Please enter your comment!
Please enter your name here