ରାତି ପାହିଲେ ଶପଥ ଗ୍ରହଣ ଉତ୍ସବ। ଶପଥ ନେବେ ବିପୁଳ ମାତ୍ରାରେ ବିଜୟୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନ୍ତ୍ରୀ ପଦ ନେଇ ଚାଲିଛି ଅଟକଳ। କିଏ ପାଇବ ମନ୍ତ୍ରୀ ପଦ, କିଏ ପଡ଼ିବ ବାଦ ! ତେବେ ଏହା ଭିତରେ ଅରୁଣ ଜେଟ୍‌ଲୀ ଏଥର କ୍ୟାବିନେଟରେ ରହିବାକୁ ଚାହୁଁ ନାହାନ୍ତି। ଅସୁସ୍ଥତା କାରଣରୁ ସେ କ୍ୟାବିନେଟ ଦାୟିତ୍ୱ ତୁଲାଇ ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଏହି ଚିଠିକୁ ସେ ଟ୍ୱିଟରେ ସେୟାର ମଧ୍ୟ କରିଛନ୍ତି। ତାଙ୍କୁ କ୍ୟାବିନେଟ୍‌ରେ ସାମିଲ କରିବା ନେଇ ଚିନ୍ତା କରା ନ ଯାଉ ବୋଲି ସେ କହିଛନ୍ତି । ତେବେ ଏହି ସମୟରେ ଅର୍ଥ ମନ୍ତ୍ରୀଙ୍କ ଦାୟିତ୍ୱ କିଏ ବହନ କରିବ ସେ ନେଇ କଳ୍ପନା ଜଳ୍ପନା ଚାଲିଛି । ଏହି ସମୟରେ ପୀୟୁଷ ଗୋୟଲଙ୍କୁ ଅର୍ଥ ବିଭାଗର ଦାୟିତ୍ୱ ଦିଆଯାଇ ପାରେ ବୋଲି ଚର୍ଚ୍ଚା ଜୋର ଧରିଲାଣି । ପୂର୍ବରୁ ଜେଟଲୀଙ୍କ ଖରାପ ସ୍ୱାସ୍ଥ୍ୟ କାରଣରୁ ତାଙ୍କ ବଦଳରେ ପୀୟୁଷ ଅର୍ଥ ବିଭାଗ ତୁଲେଇ ସାରିଛନ୍ତି । ନିକଟରେ ଯାଇଥିବା ବଜେଟ ଉପସ୍ଥାପନା ମଧ୍ୟ ଗୋୟଲଙ୍କ ଦ୍ୱାରା କରାଯାଇଛି । ଏମିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଉପରେ ଭରଷା କରି ପାରନ୍ତି ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here