ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍ କରୋନାରେ ଆକ୍ରାନ୍ତ । ଏନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି । ସୂଚନାଥାଉ କି, ନଭେମ୍ବର ୨୦ରେ ଅମ୍ବାଲାର ଏକ ହସ୍ପିଟାଲ୍‌ରେ ସ୍ୱେଚ୍ଛାକୃତ ଭାବେ ସେ କୋଭାକ୍ସିନର ଏକ ଡୋଜ୍ ନେଇଥିଲେ। କୋଭାକ୍ସିନର ୩ୟ ପର‌୍ୟ୍ୟାୟ ଟ୍ରାଏଲରେ ସେ ଏହି ଟିକା ନେଇଥିଲେ। ତେବେ କିଛି ଦିନ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ତାଙ୍କ ସହ ମିଶିଥିବା ଅନ୍ୟମାନଙ୍କୁ ସେ କରୋନା ପରୀକ୍ଷା କରିବାକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here