ଆସନ୍ତା ୮ତାରିଖ ଦିନ ଚାଷୀମାନଙ୍କ ଦ୍ୱାରା ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛି ରାଜ୍ୟ କଂଗ୍ରେସ । ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଯେ ଚାଷୀ ମାନଙ୍କର ଯେଉଁ ଦାବି ରହିଛି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଏବଂ ଭାରତ ବନ୍ଦକୁ କେମିତି ସଫଳ କରାଯିବ ସେଥିପାଇଁ କଂଗ୍ରେସ ମଧ୍ୟ ଉଦ୍ୟମ କରିବ । ଚାଷୀମାନେ ଅନ୍ନଦାତା । ତେଣୁ ଏହି ବନ୍ଦରେ ଓଡିଶାବାସୀ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି ଚାଷୀ । ଗୋଟିଏ ପଟେ ସରକାରଙ୍କ ସହ ଆଲୋଚନା ଚାଲିଛି । ଅନ୍ୟପଟେ ଚାଷୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଆଜି କେନ୍ଦ୍ର ସରକାରଙ୍କ ସହ କୃଷକ ନେତାଙ୍କର ପଞ୍ଚମ ବୈଠକ ବସିବ । ପୂର୍ବରୁ ହୋଇଥିବା ୪ଟି ବୈଠକରେ ଘଣ୍ଟା ଘଣ୍ଟା ଧରି ଆଲୋଚନା ହୋଇଥିଲେ ବି କିଛି ସମାଧାନର ବାଟ ବାହାରିନଥିଲା । ସେପଟେ ଆନ୍ଦୋଳନକୁ ଆହୁରୀ ଜୋରଦାର କରିବା ପାଇଁ ଡିସେମ୍ବର ୮ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଛନ୍ତି କୃଷକ ସଙ୍ଗଠନ । ସମସ୍ତ ଟୋଲ ପ୍ଲାଜାକୁ ମଧ୍ୟ ବନ୍ଦ କରାଯିବ । ଏବଂ ଦିଲ୍ଲୀକୁ ଆସୁଥିବା ସମସ୍ତ ରାସ୍ତାକୁ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି କୃଷକ ସଙ୍ଗଠନ ।

LEAVE A REPLY

Please enter your comment!
Please enter your name here