ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଘୋଷଣା ହୋଇଥିବା ଅସ୍ତ୍ରବିରତି ପରେ ଶାନ୍ତି ଫେରିଛି । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ କହିଛନ୍ତି ଆକାଶ ମାର୍ଗରୁ ଆକ୍ରମଣ ଦ୍ବାରା ଇରାନର ପରାମାଣୁ ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦିଆଯାଇଛି । ଆବଶ୍ୟକ ପଡ଼ିଲେ ଇରାନ ଉପରେ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେବୁନୁ । ଯଦି ଭବିଷ୍ୟତରେ ଇରାନ ସମ୍ବେଦନଶୀଳ କାର୍ଯ୍ୟକଳାପ ପୁଣି ଆରମ୍ଭ କରେ, ତେବେ ଆମେରିକା ପୁଣି ଥରେ ଆକ୍ରମଣ କରିପାରେ । ହ୍ୱାଇଟ୍ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି ଯେ ସେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ମନ୍ତବ୍ୟ ଉପରେ ବିଚାର ଚାଲିଛି ଆଉ ଏହାର ଉତ୍ତର ଶୀଘ୍ର ମିଳିଯିବ । ଯୁଦ୍ଧବିରତି ପରେ, ଖାମେନେଇ କହିଥିଲେ ଯେ ଇରାନ କାତାରରେ ଥିବା ଆମେରିକୀୟ ସାମରିକ ଘାଟିକୁ ଧ୍ୱଂସ କରିଦେଇଛି ।

LEAVE A REPLY

Please enter your comment!
Please enter your name here