ଆଗକୁ ପାର୍ବଣର ଋତୁ  ଆସୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳ କର୍ମଚାରୀଙ୍କ ପାଇଁ ଦଶହରା ଭେଟି ସ୍ୱରୂପ ବୋନସ ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି. ତେବେ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ ନନ୍ ଗ୍ୟାଜେଟେଡ୍ ରେଳ କର୍ମଚାରୀଙ୍କୁ 78 ଦିନର ପ୍ରଡକ୍ଟଭିଟି ଲିଙ୍କଡ୍ ବୋନସ୍ (ବିଏଲପି) ଦିଆଯିବ ବୋଲି ନିଷ୍ପତି ନିଆଯାଇଛି. ଯାହା ଦ୍ୱାରା ପାଖାପାଖି 12 ଲକ୍ଷ 30 ହଜାର ରେଳ କର୍ମଚାରୀ ଉପକୃତ ହେବେ. ଏହା ଘୋଷଣା କରାଯିବା ପରେ ପ୍ରତି କର୍ମଚାରୀଙ୍କୁ ପ୍ରାୟ 18000 ଟଙ୍କା ପର୍ଯ୍ୟନ୍ତ ବୋନସ ମିଳିବ ବୋଲି ଅନୁମାନ କରାଯାଉଛି. ତେବେ ଏହା ଭିତରେ ରେଲୱେ ପ୍ରୋଟେକ୍ସନ ଫୋର୍ସ(ଆରପିଏଫ) ଓ ରେଲୱେ ପ୍ରୋଟେକ୍ସନ ସ୍ପେଶାଲ ଫୋର୍ସ(ଆରପିଏସଏଫ) କୁ ସାମିଲ କରାଯିବ ନାହିଁ.

LEAVE A REPLY

Please enter your comment!
Please enter your name here