ସାଧାରଣତଃ ପୋଲିସ ଅଫିସରମାନେ ବଦଳି କିମ୍ବା ପୋଷ୍ଟିଂ ପାଇଁ ନକ୍ସଲ ଅଞ୍ଚଳକୁ ଯିବା ପାଇଁ ଇଚ୍ଛା କରିନଥାନ୍ତି. ହେଲେ ଏମିତି ଜଣେ ଇନସପେକ୍ଟର ଯାହାଙ୍କ ଶରୀରରେ ନକ୍ସଲଙ୍କ ଦ୍ୱାରା ତିନିଥର ଗୁଳି ବାଜିଲା ପରେ ବି ନକ୍ସଲ ଅଞ୍ଚଳରେ ପୋଷ୍ଟି ପାଇଁ ଇଚ୍ଛା କରୁଛନ୍ତି. ତେବେ ଏଭଳି ଦୃଶ୍ୟ ଛତିଶଗଡରେ ଦେଖିବାକୁ ମିଳିଛି. ଛତିଶଗଡ କଭୋର୍ଧାର ଇନସପେକ୍ଟର ଅଜିତ ଓଗରେଙ୍କୁ ଛତିଶଗଡ ସରକାର ଆଉଟ ଅଫ ଟର୍ନ ପ୍ରମୋସନ ଦେଇ ନିଜ ବାହାଦୂରୀ କାର୍ଯ୍ୟ ପାଇଁ ସମ୍ମାନ କରିଛନ୍ତି. ତେବେ ଅଜିତ ନିଜର 14 ବର୍ଷ କାର୍ଯ୍ୟକାଳ ଭିତରେ 53 ଥର ନକ୍ସଲମାନଙ୍କୁ ସାମ୍ନା କରିଛନ୍ତି. ତାଙ୍କୁ 3 ଥର ଗୁଳି ମଧ୍ୟ ଲାଗିଛି.ଯେତେବେଳେ ଅନ୍ୟ ପୋଲିସ ଅଫିସର ସେଭଳି ଅଞ୍ଚଳକୁ ଯିବା ପାଇଁ ଡରନ୍ତି, ଅଜିତ ନିଜର ପୋଷ୍ଟିଂ ସେଭଳି ଅଞ୍ଚଳରେ କରାଇଥାନ୍ତି.ତାଙ୍କୁ ଭଳ ଜାଗାରେ ପୋଷ୍ଟି ମିଳିଥିବା ବେଳେ ସେ ତାକୁ ଅଗ୍ରାହ କରିଦେଇଛନ୍ତି.ନକ୍ସଲମାନଙ୍କୁ ସଂପୂର୍ଣ୍ଣରୂପେ ଦମନ କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି.ରାଜନାଦଗାଓଁରେ ତାଙ୍କର ପୋଷ୍ଟିଂ ଥିଲା ବେଳେ ସେ ସଫଳ ଏନକାଉଣ୍ଟର କରିବା ସହ କେତେ ମାଓବାଦୀଙ୍କୁ ମଧ୍ୟ ମାରିଛନ୍ତି.