ସାଉଥ କୋରିଅନ ଟେକ ଜିଆଣ୍ଟ ସାମସଙ୍ଗ ନିଜର ଆଣ୍ଡ୍ରଏଡ ଗୋ ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ କରିଛି. ଏହି ଡିଭାଇସ ଆଣ୍ଡ୍ରଏଡ 8.1 ଓରିଓ ଉପରେ କାମ କରେ. ଭାରତୀୟ ବଜାରରେ ଏହି ଫୋନକୁ ଏଣ୍ଟ୍ରି ଲେବଲ ସ୍ମାର୍ଟ ଫୋନ ରୂପରେ ଲଞ୍ଚ କରାଯାଇଛି.ଏହି ଫୋନଟି ଗୋଲ୍ଡ, ବ୍ଲାକ ଓ ବ୍ଲୁ କଲରେ ଉପଲବ୍ଧ ଥିବା ବେଳେ ଏହାର ବଜାର ମୂଲ୍ୟ 6,190 ରହିଛି. ଆଜିଠାରୁ ଏହି ଫୋନ ବିଭିନ୍ନ ରିଟେଲ ସପ ଓ ଇ-ସପରେ ମିଳୁଥିବା ବେଳେ ଏହା ରେଡମି 5ଏ,ନୋକିଆ 2.1 ଓ ମାଇକ୍ରୋମାକ୍ସ ଇଣ୍ଡିଆ 5 ପ୍ରୋ କୁ ଟକ୍କର ଦେବ. ସାମସଙ୍ଗ ଗାଲାକ୍ସି j2 core ରେ 5 ଇଞ୍ଚର QHD TFT ର ଡିସପ୍ଲେ ଅଛି ଯାହା 540X960 ପିକ୍ସଲ ରିଜଲ୍ୟୁସନରେ ଆସେ. ଏହି ଫୋନରେ 1ଜିବିର ରାମ ଥିବାବେଳେ 7570 କ୍ୱାଡ କୋର ଏଗିନୋସର ପ୍ରୋସେସରକୁ ବ୍ୟବହାର କରାଯାଇଛି ଏବଂ ଏହାର ଇଣ୍ଟରନାଲ ମେମୋରୀ 8 ଜିବି ରହିଛି.କ୍ୟାମେରା କ୍ୱାଲିଟି 8 ମେଗାପିକ୍ସଲ ଥିଲା ବେଳେ ଏଲଇଡି ଫ୍ଲାସ ଲାଇଟ ମଧ୍ୟ ରହିଛି.

LEAVE A REPLY

Please enter your comment!
Please enter your name here