ଅଭିନେତ୍ରୀ ପାୟଲ ଘୋଷଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଥାନାରେ ହାଜର ହେଲେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ । ବିଶେଷ ସୂତ୍ରରୁ ଜଣାପଡିଛି ଯେ ମୁମ୍ବାଇ ପୋଲିସ ଷ୍ଟେସନରେ ଅନୁରାଗକୁ ପଚରା ଉଚରା କରାଯିବ ।
ବୁଧବାର ଦିନ ଅନୁରାଗଙ୍କ ପାଖକୁ ସମନ ପଠାଯାଇଥିଲା । କିନ୍ତୁ ତାଙ୍କ ଓକିଲ ଏହି କେସ୍‌କୁ ମିଥ୍ୟା ଓ ଭିତ୍ତିହିନ ବୋଲି କହିଥିଲେ । ଅନୁରାଗଙ୍କ ବିରୋଧରେ କିଛି ଉଦ୍ଦେଶ୍ୟ ମୂଳକ ଭାବରେ ହିଁ ଅଭିଯୋଗ ଅଣାଯାଇଛି ସେ କହିଛନ୍ତି ।
ଅଭିନେତ୍ରୀ ପାୟଲ ଘୋଷଙ୍କ କହିବା ଅନୁଯାୟୀ ୨୦୧୫ ମସିହାରେ ସେ ପ୍ରଥମ ଥର ପାଇଁ ଅନୁରାଗଙ୍କ ପାଖକୁ କାମ କରିବାକୁ ଯାଇଥିଲେ କିନ୍ତୁ ଅନୁରାଗ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ ।
ନିକଟରେ ପାୟଲ ଘୋଷ ଟୁଇଟ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃୁହ ମନ୍ତ୍ରୀ ଅମିତ ଶାହାଙ୍କୁ ଗୁହାରି କରିଥିଲେ ଓ ଏହାର ମହା ଖୁଲାସା କରିଥିଲେ । ଏବଂ ଗତକାଲି ମହାରଷ୍ଟ୍ର ରାଜ୍ୟପାଳ ଭଗତ ସିଂ ଙ୍କୁ ଭେଟିଥିଲେ ।

LEAVE A REPLY

Please enter your comment!
Please enter your name here