ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି ସଭାପତି କେ. ତନ୍ଦ୍ରଶେଖର ରାଓ ନୂଆ ଜାତୀୟ ଦଳ ଗଢିଛନ୍ତି । ଆଜି ଏ ସଂପର୍କରେ ଦିନ 1. 19ରେ ସେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ତେଲେଙ୍ଗାନା ରାଷ୍ଟ୍ର ସମିତି ଏବେ ଭାରତ ରାଷ୍ଟ୍ର ସମିତି ନାଁରେ ପରିଚିତ ହେବ । ଏହି ଜାତୀୟ ଦଳ ଉଭୟ ବିଜେପି ଓ କଂଗ୍ରେସ ବିରୋଧରେ ଲଢେଇ କରିବ ବୋଲି କେସିଆର ସୂଚନା ଦେଇଛନ୍ତି । ଦେଶର ସ୍ବାର୍ଥ ରକ୍ଷା କରିବାରେ ଏହି ଦୁଇ ଦଳ ବିଫଳ ହୋଇଥିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି । 2024 ସାଧାରଣ ନିର୍ବାଚନକୁ ଆଖି ଆଗରେ ରହି କେସିଆର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ଆଜି ସକାଳେ କେସିଆରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ ଓ ଜନତାଦଳ (ଧର୍ମନିରପେକ୍ଷ)ର କେତେକ ନେତା ଯୋଗ ଦେଇଥିଲେ । ଜାତୀୟ ଦଳ ଗଠନ ପୂର୍ବରୁ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖଙ୍କୁ ଭେଟିଥିଲେ ।

LEAVE A REPLY

Please enter your comment!
Please enter your name here