ଶ୍ରୀ ପ୍ୟାରୀମୋହନ ସାମନ୍ତରାୟଙ୍କ ଜୟନ୍ତୀତ୍ସୋବ ଦିଲ୍ଲୀ ବିଶ୍ବବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ପୃଥ୍ବୀପ୍ରସ୍ଥ ପୂଜ୍ୟପୂଜା ପରିଷଦ ଓ ପୃଥ୍ବୀକ୍ଷତ୍ରୀୟ ମହାସଂଘ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଦିତ୍ୟ ସାମନ୍ତରାୟ, ଅନନ୍ତ ନାରାୟଣ ପରି଼ଡା, ଲୋକେଶ ଠାକରେ, ରାଜେନ୍ଦ୍ର ସି, ବିଶ୍ବନାଥ ବଳିୟାର ସିଂଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗଦେଇ ପ୍ୟାରୀମୋହନଙ୍କ ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଡକ୍ଟର କିଶୋର ଦେବୀଦତ୍ତ ପୃଥ୍ବୀରାଜ ପ୍ରତାପ ସିଂହ । ପ୍ୟାରୀମୋହନ ସାମନ୍ତରାୟ ଖଣ୍ଡାୟତ କ୍ଷତ୍ରୀୟ ମହାସଭା, ବୀର ଓଡିଆ ପାର୍ଟି ଏବଂ ଉତ୍କଳ ବିକାଶ ପରିଷଦ ଭଳି ବହୁ ସଂଗଠନ ପ୍ରତିଷ୍ଠା କରିବା ସହ ବିଭିନ୍ନ ସମାଜକଲ୍ୟାଣ କାର୍ଯ୍ୟରେ ସାମିଲ ଥିଲେ । ଏଥିରେ ଦିଲ୍ଲୀ ବିଶ୍ବବିଦ୍ୟାଳୟ, ଜେଏନୟୁ ସମେତ ବହୁ ପ୍ରବାସୀ ଓଡିଆ ଯୋଗଦେଇଥିଲେ ।