ଯାହା ହେଲା, ଦେଶ ପାଇଁ ଅତି ଭୟାନକ. ନ୍ୟାୟିକ ପ୍ରକ୍ରିୟାରେ ଦୋଷୀକୁ ଦଣ୍ଡ ମିଳିବା ଦରକାର. ଆଇନକୁ ହାତକୁ ନେବା ଠିକ୍ ନୁହେଁ. ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାରେ ଚାରିଜଣ ଅଭିଯୁକ୍ତଙ୍କୁ ତେଲେଙ୍ଗାନା ପୋଲିସ ଏନକାଉଣ୍ଟର କରିବା ପରେ ଏମିତି ପ୍ରତିକ୍ରିୟା ଦେଇଛନ୍ତି ବିଜେପି ସାଂସଦ ମାନେକା ଗାନ୍ଧୀ. ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓାଲ କହିଛନ୍ତି, ଲୋକେ ଉତ୍ତ୍ୟକ୍ତ ହୋଇଥିବାରୁ ପୋଲିସ ପଦକ୍ଷେପରେ ଖୁସି ପ୍ରକାଶ କରିଛନ୍ତି. ମାତ୍ର ସରକାର ମିଳିତ ଭାବେ ଫୌଜଦାରୀ ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ପଦକ୍ଷେପ ନେବା ଉଚିତ.ଏହି ଘଟଣା ସ୍ପଷ୍ଟ କରିଦେଇଛି, ଲୋକେ ନ୍ୟାୟିକ ବ୍ୟବସ୍ଥା ଉପରେ ଭରଷା ତୁଟେଇଛନ୍ତି. ନ୍ୟାୟ ମିଳିବାରେ ହେଉଥିବା ବିଳମ୍ବ ପାଇଁ ଲୋକେ ଅପରାଧୀକୁ ତୁରନ୍ତ ଶାସ୍ତି ଦେବାରେ ଶାନ୍ତି ପ୍ରକାଶ କରିଛନ୍ତି.

LEAVE A REPLY

Please enter your comment!
Please enter your name here