ଅତି ଭୟଙ୍କର ଭାବେ ଡାକ୍ତର ରେଡ୍ଡୀଙ୍କୁ ଗଣଦୁଷ୍କର୍ମ କରିବା ପରେ ନିଆଁ ଲଗାଇ ପୋଡି ମାରିଦେଇଥିଲେ ଚାରିଜଣ ଅପରାଧୀ. ସମଗ୍ର ଦେଶରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା. ତେଲେଙ୍ଗାନା ପୋଲିସ ସେମାନଙ୍କୁ ଗିରଫ କଲା ଏବଂ ଏନକାଉଣ୍ଟର କରି ହତ୍ୟା କଲା. ଏଭଳି ବର୍ବର ଅପରାଧୀଙ୍କୁ ଦଶଦିନ ଭିତରେ ଦଣ୍ଡ ଦେଲା ପୋଲିସ. ପୀଡିତାଙ୍କ ପରିବାର ଏଥିରେ ସନ୍ତୋଷ ବ୍ୟକ୍ତ କରିଛନ୍ତି. ଅତିକମରେ ଦଶଦିନ ଭିତରେ ପୋଲିସ ଅପରାଧୀଙ୍କୁ ଦଣ୍ଡ ଦେଇଥିବାରୁ ମୋ ଝିଅର ଆତ୍ମାକୁ ଶାନ୍ତି ମିଳିବ ବୋଲି କହିଛନ୍ତି ପୀଡିତାଙ୍କ ବାପା. ପୋଲିସ ଓ ସରକାରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ସେ. ପୋଲିସର ପଦକ୍ଷେପରେ ଖୁସି ଜାହିର କରିଛନ୍ତି ନିର୍ଭୟାଙ୍କ ମା. ସେ କହିଛନ୍ତି, ପୋଲିସ ଭଲ କାମ କରିଛି ଏବଂ ଯେଉଁ ପୋଲିସ ଅଧିକାରୀ ଏହା କରିଛନ୍ତି, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବା ଅନୁଚିତ.

LEAVE A REPLY

Please enter your comment!
Please enter your name here