ସରିବ 2018 ମସିହା , ଆଗମନ କରିବ 2019. ଏହି ପରିପ୍ରେକ୍ଷୀରେ ମୋଦି ଦେଶବାସୀଙ୍କୁ ଭେଟି ଦେବାକୁ ଯାଉଛନ୍ତି ଏକ ଉପହାର. ଯାହାର ନାମ ହେଲା ‘ଆୟୁଷ୍ମାନ ଭାରତ ଯୋଜନା’. ହଁ, ଉତ୍ତରାଖଣ୍ଡ ରେସକୋସସ୍ଥିତ ବନ୍ରୁ ସ୍କୁଲରେ ମଙ୍ଗଳବାରଠୁ ଆରମ୍ଭ ହୋଇଛି ‘ଆୟୁଷ୍ମାନ ଭାରତ ଯୋଜନା’ ଯାହାକୁ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଉଦଘାଟନ କରିଛନ୍ତି. ଏହି କାର୍ଯ୍ୟକ୍ରମରେ କ୍ୟାବିନେଟ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ. ପାଖାପାଖି 10 ହଜାର ଲୋକଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରାଯାଇଛି. ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଆରମ୍ଭ ହୋଇଥିବା ଏହି ଯୋଜନା ମାଧ୍ୟମରେ 60 ବର୍ଷରୁ ଅଧିକ ବୃଦ୍ଧ ବୃଦ୍ଧା ଓ 14 ବର୍ଷର ପିଲାମାନଙ୍କୁ ବିନା ଶୁକ୍ଳରେ ଓପିଡି ଯୋଗାଇଦିଆଯିବ. 15 ତେବେ ଫେବୃୟାରୀ 2019 ରୁ ବୃଦ୍ଧା ଓ ପିଲମାନଙ୍କୁ ଏହି ସେବା ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି. ଏହି ଯୋଜନାରେ 5 ଲକ୍ଷ ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ମଧ୍ୟ ଯୋଗାଇ ଦିଆଯିବ. 23 ଲକ୍ଷ ରାସନ କାର୍ଡ ଧାରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ସହ ଏସିସି ସର୍ଭେରେ ଚୟନ ହୋଇଥିବା 5.37 ଲକ୍ଷ ଲୋକ ଏବଂ 2012 ଭୋଟର ଲିଷ୍ଟରେ ନା ଥିବା ବ୍ୟକ୍ତି ମାନେ ଏହି ଯୋଜନାରେ ସାମିଲ ହୋଇପାରିବେ. ତେବେ ଆପ୍ ଓ ୱେବସାଇଟ ମାଧ୍ୟମରେ ଜଣେ ବ୍ୟକ୍ତି ଏ ସଂକ୍ରାନ୍ତରେ ସଂପୂର୍ଣ୍ଣ ତଥ୍ୟ ପାଇପାରିବେ.