ଅଟଳ ବିହାରୀ ବାଜପେୟୀ, ଯିଏ ଜଣେ ଅଭିଜ୍ଞ ରାଜନୀତିଜ୍ଞ ଥିଲେ,  ମଙ୍ଗଳବାର ପାଳିତ ହେଉଛି ତାଙ୍କର ୯୪ତମ ଜନ୍ମ ଜୟନ୍ତୀ. ୧୯୨୪ ଡିସେମ୍ବର ୨୫ରେ ସେ ଗୋଓ୍ବାଲିଆରଠାରେ ଜନ୍ମଗ୍ରହଣ କରିଥିଲେ .ସାରା ଦେଶ ତାଙ୍କ ଜନ୍ମ ଜୟନ୍ତୀ ପାଳନ କରୁଥିବା ବେଳେ ବାଜପେୟୀଙ୍କ ନିମନ୍ତେ ନିର୍ମିତ ସ୍ମୁତିପୀଠକୁ ମଙ୍ଗଳବାର ଦେଶ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି . ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ବାଜପେୟୀଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି . ଅଟଳ ବିହାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ଝିଅ ନମିତା ଭଟ୍ଟାଚାର୍ଯ୍ୟ ପହଂଚିଛନ୍ତି . ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଏବଂ ଏହିଦିନଟିକୁ ସୁଶାସନ ଦିବସ ରୂପେ ପାଳନ କରାଯାଉଛି. 16 ଅଗଷ୍ଟ 2018ରେ ସେ ସାରା ଦେଶକୁ ପର କରି  ସ୍ୱର୍ଗବାସୀ ହୋଇଥିଲେ ଏବଂ  ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଲ୍ଲୀ ରାଜଘାଟରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା. ଅଟଳ ନାହାନ୍ତି ସତ, ହେଲେ ଆଜି ବି ସମସ୍ତେ ତାଙ୍କୁ ମନେରଖିଛନ୍ତି ଆଉ ରଖିଥିବେ ମଧ୍ୟ. ତେବେ ଅଟଳଙ୍କୁ ରାଜନୀତିରେ ପାଦ ଦେବାକୁ ବହୁତ ଆଗ୍ରହ ଥିଲା. 32 ବର୍ଷ ବୟସରେ ସେ ଲୋକସଭା ଏମପି ଭାବେ ଉଭା ହୋଇଥିଲେ. ଏହା ଥିଲା ତାଙ୍କ ରାଜନୀତି ଜୀବନର ପ୍ରଥମ ପାହାଚ. ପରେ ପରେ ସେ ଆଉ ପଛକୁ ନ ଚାହିଁ ଆଗକୁ ମାଡି ଚାଲିଥିଲେ. ଭାରତ ରତ୍ନ ପ୍ରାପ୍ତ ଅଟଳ ଧିରେ ଧିରେ ରାଜନୀତିକୁ ନିଜ କ୍ୟାରିୟର ରୂପେ ବାଛି ନେଇଥିଲେ. ତେବେ କେବଳ ରାଜନୀତିରେ ତାଙ୍କ ଇଚ୍ଛା ସୀମିତ ନ ଥିଲା. ରାଜନୀତି ସହ ସାହିତ୍ୟରେ ମଧ୍ୟ ତାଙ୍କର ରୁଚି ରହିଥିଲା. ଏହା ସହ ସିନେମା ଦୁନିଆରେ ମଧ୍ୟ ତାଙ୍କ ଆଗ୍ରହ ଦେଖିବାକୁ ମିଳିଥିଲା. ରାଜନୀତିରୁ ଟିକିଏ ଫୁରସତ୍ ପାଇଲେ ସେ ବହି ପଢୁଥିଲେ, କବିତା ଲେଖୁଥିଲେ ଏବଂ ତା ସହ ସିନେମା ମଧ୍ୟ ଦେଖୁଥିଲେ. ‘ଦେବଦାସ’, ‘ବନ୍ଦଗୀ’, ‘ତିସରି କସମ’ ଭଳି ସିନେମା ତାଙ୍କର ପ୍ରିୟ ସିନେମା ଥିଲା. ଜଗଜିତ୍ ସିଂ ଅଟଳଙ୍କ କବିତାକୁ ଏକ ଆଲବମ ପାଇଁ ନେଇଥିଲେ. ଯାହାର ନା ‘ନଇ ଦିଶା’ ଥିଲା. 1999 ମସିହାରେ ଆସିଥିବା ଏହି ଆଲବମ ପାଇଁ  ଅଟଳଙ୍କୁ ‘ବେଷ୍ଟ ସ୍କ୍ରିନ ଆୱାର୍ଡ’ ମଧ୍ୟ ମିଳିଥିଲା. ପରେ 2002 ମସିହାରେ ଜଗଜିତ ସିଂ ପୁଣି ଅଟଳଙ୍କ କବିତାକୁ ନିଜ ଆଲବମ ‘ସମ୍ବେଦନା’ ପାଇଁ ନେଇଥିଲେ. ଯେଉଁଥିରେ ଶାହାରୁଖ୍ ଖାନ୍ ଅଭିନୟ କରିଥିଲେ. ଏହିଭଳି ଭାବେ ଅଟଳଙ୍କ ଜୀବନ ଆଗକୁ ଆଗକୁ ବଢିଚାଲିଥିଲା.

LEAVE A REPLY

Please enter your comment!
Please enter your name here