ନୂଆ ବର୍ଷରେ ମୋଦି ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି. ତେବେ ଏହି ଯୋଜନା ଖାସ୍ କରି ବେରୋଜଗାର ଲୋକଙ୍କ ପାଇଁ ଉଦ୍ଦିଷ୍ଟ. ନୂଆ ବର୍ଷର ପ୍ରଥମ ଦିନରୁ ଏହି ଯୋଜନାର ଶୁଭାରମ୍ଭ କରିବେ ମୋଦି. ଯାହାର ନା ରହିଛି ‘ବରୁଣ ମିତ୍ର ଯୋଜନା’. ଏହି ଯୋଜନାକୁ ‘ୱାଟର୍ ପମ୍ପିଂ ବରୁଣ ମିତ୍ର ଯୋଜନା’ ମଧ୍ୟ କୁହାଯାଉଛି. ସରକାରଙ୍କ ଏହି ଯୋଜନା ମାଧ୍ୟମରେ ଅନ୍ତର୍ଭୁକ୍ତ ହେବାକୁ ଥିବା ଲୋକଙ୍କୁ ପ୍ରଥମେ ଟ୍ରେନିଂ ଦିଆଯିବ. ଯାହାଫଳରେ ସେମାନେ ଚାକିରି ପାଇପାରିବେ. ଏଥିପାଇଁ ପ୍ରଶିକ୍ଷଣ ଜାନୁୟାରୀ 1 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ଚାଲିବ. ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ରିନ୍ୟୁଏଲ ଏନର୍ଜି, ସୋଲାର ରିସୋର୍ସେସ ଆସେସମେଣ୍ଟ ଓ ସୋଲାର ଫଟୋଭୋଲ୍ଟିକି, ସାଇଟ ଫିଜିବିଲିଟି, ବିଭିନ୍ନ ପ୍ରକାର ୱାଟର ପମ୍ପିଂ କମ୍ପୋନେଣ୍ଟ, ୱାଟର ଟେବୁଲ, ଇନଭର୍ଟର, ବ୍ୟାଟେରୀ, ଡିଟି କନଭର୍ଟର ଆଦି ବିଷୟରେ ଅବଗତ କରାଯିବ. ପ୍ରଶିକ୍ଷଣ ଚାଲୁଥିବା ସମୟରେ ମଧ୍ୟରେ ଫିଲ୍ଡ ଭିଜିଟ୍ ଓ ଇଣ୍ଡଷ୍ଟ୍ରିଆଲ ଭିଜିଟ୍ କରାଯିବ. ତେବେ ପ୍ରଶିକ୍ଷଣ ମାଗଣା ଦିଆଯିବାକୁ ଥିବାବେଳେ ଯଦି କେହି ହଷ୍ଟେଲରେ ରହିବାକୁ ଚାହିଁବେ ତାହାଲେ ସେମାନଙ୍କୁ ପ୍ରତିଦିନ 600 ଟଙ୍କା ଦେବାକୁ ପଡିବ.

LEAVE A REPLY

Please enter your comment!
Please enter your name here