ଗତ ଫେବ୍ରୁଆରୀରେ କାଶ୍ମୀରର ପୁଲୱାମାରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଥିଲା । ସେ ଘଟଣା ମନରୁ ନଲିଭୁଣୁ ଏହାର ୪ମାସ ପରେ ଅର୍ଥାତ୍ ଆଜି ପୁଣି ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଖବର ହସ୍ତଗତ ହୋଇଛି । ଆଜି ପୁଲୱାମାର ଅରିହଲ ଅଂଚଳରେ ଯାଉଥିବା ସେନାର କେତେକ ଗାଡ଼ି ଯାଉଥିବାବେଳେ ତାହାକୁ ଟାର୍ଗେଟ କରି ଏକ ଆଇଇଡି ବିସ୍ଫୋରଣ କରାଯାଇଛି । ଏହି ଘଟଣାରେ ରାଷ୍ଟ୍ରୀୟ ରାଇଫଲ୍ସର ୯ ଜଣ ଯବାନ ଆହତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୩ ଯବାନ ଗୁରୁତର ରହିଥିବା ଜଣାଯାଇଛି । ଘଟଣାସ୍ଥଳରେ ଏନକାଉଣ୍ଟର ଜାରି ରହିଛି ।

LEAVE A REPLY

Please enter your comment!
Please enter your name here